ଦେବଗଡରେ ଭୁଶୁଡିଲା ନିର୍ମାଣଧିନ ଫ୍ଲାଏ ଓଭର ବ୍ରିଜ୍ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ

Advertisment
ଦେବଗଡରେ ଭୁଶୁଡିଲା ନିର୍ମାଣଧିନ ଫ୍ଲାଏ ଓଭର ବ୍ରିଜ୍ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ

କନକ ବ୍ୟୁରୋ : ଭୁଶୁଡିଲା ନିର୍ମାଣଧୀନ ଫ୍ଲାଏ ଓଭର ବ୍ରିଜ୍ । ଦେବଗଡ ପୌରାଂଚଳ ଅନ୍ତର୍ଗତ ପୁରୁଣାଗଡ ନିକଟ ୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ନିର୍ମାଣାଧୀନ ଫ୍ଲାଏ ଗତ ସନ୍ଧ୍ୟାରେ ଭୁଶୁଡି ପଡିଛି । ତେବେ ଏହି ଘଟଣାରେ କୌଣସି ଧନ ଜୀବନ ହାନି ଘଟି ନଥିବାବେଳେ ନିର୍ମାଣକାରୀ ସଂସ୍ଥାର ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଫ୍ଲାଏଓଭର ଭୁଶୁଡି ପଡିବା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତେଜନା ଦେଖା ଦେଇଥିଲା । ତାପରେ ଜିଲ୍ଳା ପ୍ରଶାସନ ଓ ଦେବଗଡ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe