ପ୍ରକାଶ ବେହେରାଙ୍କ ପରିବାର ନାଁରେ ଥିବା ପେଟ୍ରୋଲ ପମ୍ପରୁ ଜବତ ହେଲା ୭ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା । କୁଆଡୁ ଆସିଲା ଏତେ ଟଙ୍କା ? ଫ୍ଲାଇଂ ସ୍କ୍ୱାର୍ଡର ତନାଘନା ।

766

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଜବତ । କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟ ପେଟ୍ରୋଲ ପମ୍ପରେ ଚଢାଉ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ଏହି ଚଢାଉ ବେଳେ ୭ରୁ ୮ ଲକ୍ଷ ଟଙ୍କା ଜବତ ହୋଇଥିବା କଟକ ଡିସିପି ସୂଚନା ଦେଇଛନ୍ତି । ତେବେ ଏହି ଟଙ୍କା ତେଲ ବିକ୍ରି ଟଙ୍କା ବୋଲି କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ସେପଟେ ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପରୁ ଏଭଳି ଲକ୍ଷାଧିକ ଟଙ୍କା ଜବତ ହେବା ଘଟଣା ପୋଲିର ସନ୍ଦେହ ପରିସରକୁ ଆସିଛି ।

ସେପଟେ ଗୋଟିଏ ଦିନରେ ଏତେ ଟଙ୍କାର ତେଲ ବିକ୍ରି ଅସମ୍ଭବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ ସିଂ । ଏନେଇ ତନାଘନା ଜାରି ରହିଛି । ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରିଥିବା ପେଟ୍ରୋଲ ପମ୍ପଟି ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପରିବାର ଲୋକଙ୍କ ନାଁରେ ରହିଥିବା ଜଣାପଡିଛି । ତେବେ ଚଢାଉ ନେଇ ପ୍ରକାଶ ବେହେରାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ । ପେଟ୍ରୋଲ ପମ୍ପରେ ଟଙ୍କା ରଖାଯାଇଥିବା ନେଇ ଜଣାପଡିବା ପରେ ଚଢାଉ କରିଥିଲା ଫ୍ଲାଇଂ ସ୍କ୍ୱାର୍ଡ ।