କେନ୍ଦ୍ରାପଡ଼ା ଉପରେ ସ୍ୱତନ୍ତ୍ର ନଜର । ସହରର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସର ଚଢାଉ । ହୋଟେଲ ସମେତ ବିଭିନ୍ନ ସ୍ଥାନରେ କଡାକଡି ଚେକିଂ ।

233

କନକ ବ୍ୟୁରୋ : ମୁଖ୍ୟ ନିର୍ବାଚନ ଅଧିକାରୀ ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଉପରେ ନଜର ରହିଛି କହିଥିବା ବେଳେ ସେପଟେ ସହରର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସ ମିଳିତ ଭାବେ ଚଢଉ କରିଛନ୍ତି । କିଛି ରାଜନୈତିକ ବ୍ୟକ୍ତି ବିଭିନ୍ନ ହୋଟେଲରେ ରହି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆସିଥିଲା । ଏହାକୁ ନେଇ ତତ୍ପର ହୋଇ ଉଠିଥିଲା ପୋଲିସ ଓ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କାର୍ଡ ।

କେନ୍ଦ୍ରାପଡା ସହରର ତିନିଟି ହୋଟେଲ ଉପରେ ଚଢଉ କରିଥିଲା ଏହି ଟିମ୍ । ହୋଟେଲର ରୁମ୍ ସହ ରେଜିଷ୍ଟ୍ରର ମଧ୍ୟ ଯାଂଚ କରାଯାଇଥିଲା । ନିର୍ବାଚନୀ ବିଧି ବ୍ୟବସ୍ଥା ଅନୁସାରେ ନିରବ ମୂହୂର୍ତ ସମୟରେ ସ୍ଥାନୀୟ ଅଂଚଳର ଅଣଭୋଟର ସେଠାରେ ରହିପାରିବେ ନାହିଁ । ବିଶେଷ ଭାବରେ ରାଜନୈତିକ ଦଳର ନେତା ଓ କର୍ମୀ ଏଠାରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି । ଏହି ଟିମରେ ଉପଜିଲ୍ଲାପାଳ ସଂଜୟ ମିଶ୍ର, ଏସଡିପିଓ ରାଜୀବ ଲୋଚନ ପଣ୍ଡା ସହ ଟାଉନ ଥାନା ଅଧିକାରୀ ପ୍ରମୁଖ ରହିଥିଲେ ।