କନକ ବ୍ୟୁରୋ: ଅବକାରୀ ବିଭାଗ ନଷ୍ଟ କଲା ଦେଶୀ ମଦ । କଟକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗାଁରେ ଅବକାରୀ ବିଭାଗ ଚଢାଉ କରିଛି । ଏହାପରେ ଶହ ଶହ ଲିଟର ଦେଶୀ ମଦ ଜବତ କରିଛି । ସମସ୍ତ ମଦକୁ ଘର ବାହାରେ ଫିଙ୍ଗି ନଷ୍ଟ କରିଛି ଅବକାରୀ ବିଭାଗ । ଘରେ ତାଲା ପଡିଥିବା ଦେଖି ସନ୍ଦେହ କରିଥିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ୱାର୍ଡ । ଏହାପରେ ଚଢାଉ କରିଥିଲା ଅବକାରୀ ଟିମ୍ । ଏହି ଗାଁରେ ଅବକାରୀ ବିଭାଗ ପ୍ରତି ସପ୍ତାହରେ ରେଡ୍ କରାଯାଇଛି । ତେବେ ଯେଉଁ ଘରୁ ମଦ ଜବତ ହୁଏ ସେହି ଘର ମାଲିକଙ୍କ ନାଁରେ ଏକ ଏତଲା ଦାୟର ହୁଏ । ହେଲେ ଅବକାରୀ ବିଭାଗ କେବଳ ଏତଲା ଦେଇ ଚୁୁପ ବସିଯାଉଥିବା ଅଭିଯୋଗ ହୋଇଛି ।
ତିଗିରିଆରେ ଫ୍ଲାଇଂ ସ୍କ୍ୱାର୍ଡ ଓ ଅବକାରୀ ଟିମର ମିଳିତ ଚଢ଼ାଉ। ଶହ ଶହ ଲିଟର ଦେଶୀ ମଦ ନଷ୍ଟ।
/kanak/media/post_attachments/wp-content/uploads/2022/10/32-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)