ଆଜି ପର୍ଯ୍ୟନ୍ତ ଆପଣମାନେ ସ୍କୁଟରକୁ ରାସ୍ତାରେ ଚାଲିବାର ଦେଖିଛନ୍ତି । କିନ୍ତୂୁ ଆପଣ କେବେ କଳ୍ପନା କରିଛନ୍ତି କି ଯେ ସ୍କୁଟର ମଧ୍ୟ ଆକାଶରେ ଉଡିପାରିବ ! ଅସମ୍ଭବ ଭଳି ଲାଗୁଥିଲେ ବି କଥା ଟି ସମ୍ପୁର୍ଣ୍ଣ ସତ । ଏଭଳି ଆଶ୍ଚର୍ଯ୍ୟ କାରନାମାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ଏକ ସ୍କୁଟରକୁ ରାସ୍ତାର କିଛି ଫୁଟ ଉଚ୍ଚତା ଉପରେ ଉଡାଇବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ଆମେରିକାର ବର୍ଲିନଗେମ ସହରରେ ଥିବା “ହୋଭରସର୍ଫ” କମ୍ପାନୀ ଏଭଳି ଆବିଷ୍କାର କରିଛି । ଯାହାକି ସମସ୍ତଙ୍କୁ ଚକିତ କରିଛି ।
ଏହି କମ୍ପାନୀ ସ୍କର୍ପିୟନ-୩ ନାମକ ଉଡନ୍ତା ସ୍କୁଟରର ଆବିଷ୍କାର କରି ଆର୍ନ୍ତଜାତୀୟ ବଜାରକୁ ଛାଡିଛି । ଏହି ସ୍କର୍ପିୟନ-୨ ସ୍କୁଟରରେ ରହିଛି ୪ଟି ପାୱାରଫୁଲ୍ କାର୍ଗୋ ଡ୍ରୋନ ଯାହାକି ସ୍କୁଟରକୁ ଉଡିବାରେ ସହାୟକ କରୁଛି । କମ୍ପାନୀ କହିବା ଅନୁସାରେ ବିଶ୍ୱର ଏହି ପ୍ରଥମ ଏୟାର ସ୍କୁଟରକୁ ବିନା କୌଣସି ତୈଳ ବା ଇନ୍ଧନ ରେ ଏକ ବ୍ୟାଟେରୀ ସହାୟତାରେ ଚଲାଇପାରିବେ । ଏହି ସ୍କୁଟରର ଓଜନ ୧୦୪ କିଲୋଗ୍ରାମ ହୋଇଥିବା ବେଳେ ୧୦୩ କିଲୋଗ୍ରାମ ଓଜନ ଭାର ଉଠାଇବାର କ୍ଷମତା ଏଥିରେ ଅଛି ଏବଂ ଏହା ଭୂମିରୁ ୩୩ ଫୁଟ ଉଚ୍ଚତାରେ ଉଡିବା ସହ ୨୧ କିଲୋମିଟର ଦୂରତା ଅତିକ୍ରମ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାସହ ସ୍କୁଟରଟି ଘଣ୍ଟାପ୍ରତି ବେଗ ସର୍ବନିମ୍ନ ୪୩ କିଲୋମିଟର ଥିବାବେଳେ ସର୍ବାଧିକ ୭୦ କିଲୋମିଟର ପ୍ରତି ଘଣ୍ଟା ରହିଥିବା ଜଣାପଡିଛି । କେବଳ ଏତିକି ନୁହେଁ ସ୍କୁଟର ଆକାଶରେ ୪୦ ମିନିଟ୍ ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଛି । ସାଧାରଣ ବାଇକ୍ରେ ବ୍ୟବହାର ହେଉଥିବା ଏଚ-ଡି ବ୍ୟାଟେରୀଭଳି ଯାହାକି ୩ଘଣ୍ଟା ସମୟ ମଧ୍ୟରେ ଚାର୍ଜ ହୋଇଥିବାବେଳେ ୧ମିନିଟ୍ ମଧ୍ୟରେ ଏହାକୁ ଆପଣ ବଦଳାଇ ଅନ୍ୟଏକ ବ୍ୟାଟେରୀ ଲଗାଇ ପାରିବାର ସୁବିଧା ଏଥିରେ ଉପଲବ୍ଧ ରହିଛି ।
ଏହି ଉଡନ୍ତା ସ୍କର୍ପିୟନ ସ୍କୁଟରର ମୁଲ୍ୟ ୫୯ହଜାର ୯ଶହ ଡଲାର ଯାହାକି ଭାରତୀୟ ମୂଲ୍ୟ ୪୦ ଲକ୍ଷ ୪୪ହଜାର ଟଙ୍କା ଏବଂ ଏହାକୁ ଆପଣ www.hoversurf.com ୱେବସାଇଟ ଜରିଆରେ କିଣି ପାରିବେ । ତେବେ ଏହି ଉଡନ୍ତା ସ୍କୁଟରର ଭିଡିଓକୁ ସୋସିଆଲ ମିଡିଆରେ ପାଖାପାଖି ୨୮ଲକ୍ଷ ଲୋକ ଦେଖିସାରିଲେଣି । କମ୍ପାନୀ କହିବା ମୁତାବକ ଏଭଳି ଆବିଷ୍କାର ଦ୍ୱାରା ଭବିଷ୍ୟତରେ ଇନ୍ଧନ, ତୈଳ ସଞ୍ଚୟ କରିବାରେ ସହାୟକ ହେବ ।
ବଜାରକୁ ଆସିଲା ଉଡନ୍ତା ସ୍କୁଟର ! ପେଟ୍ରୋଲ କି ଡିଜେଲ୍ ନୁହେଁ ବରଂ ଆକାଶରେ ଏମିତି ଉଡିବ ।
/kanak/media/post_attachments/wp-content/uploads/2018/05/scorpion-3-hoverbike-000.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)