୪ ଶହ ବର୍ଷ ଧରି ସମୁଦ୍ରରେ ଘୁରୁ ବୁଲୁଛି ଏହି ଅଭିଶପ୍ତ ଡଚମ୍ୟାନ ଜାହଜ, ଦେଖିଥିବା ଲୋକଙ୍କୁ ପଡିଛି ଘୋର ବିପଦ

179

କନକ ବ୍ୟୁରୋ : ଆପଣମାନେ କେବେ କେବେ ଡଚମ୍ୟାନ ସିପ୍ ବାବଦରେ ନିଶ୍ଚିନ୍ତ ଶୁଣିଥିବେ । ଯଦି ଶୁଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବାବଦରେ କହିବୁ । କୁହାଯାଉଛି କି ଏହି ଭୂତ ଜାହଜ ୪୦୦ ବର୍ଷ ହେବ ଅଭିଶାପ ପାଇ ସମୁଦ୍ରରେ ବିଚରଣ କରୁଛି । ଏହି ଅଭିଶପ୍ତ ଜାହାଜକୁ ନେଇ କିଛି ରୋମାଞ୍ଚକର କାହାଣୀ ବି ଶୁଣିବାକୁ ମିଳିଥାଏ । ଏହି ଜାହାଜକୁ ଦେଖିଥିବା ଲୋକଙ୍କ ପାଇଁ ଅଶୁଭ ହୋଇଥାଏ । କୁହାଯାଏ କି ସମୁଦ୍ର ଭିତରେ ଏହି ଜାହଜକୁ ଯିଏ ଦେଖିଛି ନିଶ୍ଚିନ୍ତ ଭାବେ ବିପଦରେ ପଡିଛି ।

ଏହି ଅଭିଶପ୍ତ ଜାହଜକୁ ନେଇ ସାରା ବିଶ୍ୱରେ ଅନେକ ସିନେମା ସହ ଟେଲିଭିଜନ ଧାରାବାହିକ ପ୍ରସ୍ତୁତ କରାଯାଇଛି । କେବଳ ସେତିକି ନୁହେଁ ଅନେକ ଲୋକ ଏହି ଡଚମ୍ୟାନ ଜାହଜକୁ ଦେଖିଥିବା ବି ଦାବି କରିଛନ୍ତି । ହେଲେ ସେମାନଙ୍କ ଦାବିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇ ନାହିଁ । ୨ ହଜାର ଶତାବ୍ଦିର ଜଣାଣୁଣା ଲେଖକ “ନିକୋଲସ ମାଷ୍ଟେରେଣ୍ଟ” ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରଶାନ୍ତ ମହାସାଗରରେ ଏହାକୁ ଦେଖିଥିବା ଦାବି କରିଥିଲେ ।

ଏହି ଫ୍ଲାଇଙ୍ଗ ଡଚମ୍ୟାନ ଜାହଜକୁ ନେଇ ଲୋକଙ୍କ ଭିତରେ ଅନେକ ଧାରଣା ରହିଛି । ଏହି ଜାହଜକୁ ନେଇ ଥିବା ସାଧାରଣ ଧାରଣାଟି ହେଉଛି ଏହା ଏକ ଅଭିଶପ୍ତ ଜାହଜ । ଏହି ଜାହଜର କ୍ୟାପଟେନ ହେନରିକ ବେନ ହୋଲ୍ଡ ଥିଲେ । ତାଙ୍କୁ ଡଚମ୍ୟାନ ନାମରେ ବି ଲୋକମାନେ ଜାଣିଥିଲେ । କୁହାଯାଏ କି ୧୬୪୧ ମସିହାରେ କ୍ୟାପଟେନ ହେନରିକ ଏହି ଜାହଜକୁ ନେଇ ଇଷ୍ଟ ଇଣ୍ଡିଜ ଅଭିମୁଖେ ଯାତ୍ରା କରିଥିଲେ ।

ଏହି ଯାତ୍ରା ସମୟରେ ସେ ଯେତେବେଳେ ଯାତ୍ରୀଙ୍କ ସହ ହଲାଣ୍ଡ ପ୍ରତ୍ୟାବର୍ତ୍ତନ କରୁଥିଲେ ସେ ରାସ୍ତାରେ କିଛି ବଦଳାଇବାକୁ ଚେଷ୍ଟା କରିଥିଲେ । ସେ ତାଙ୍କର ଜାହଜକୁ କ୍ୟାପ ଅଫ୍ ଗୁଡ ହଁପ ଦିଗରେ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ୟାପଟେନଙ୍କ ଏଭଳି ନିର୍ଦ୍ଦେଶକୁ ନେଇ ଯାତ୍ରୀମାନେ ଖୁସି ନଥିଲେ । କାରଣ ଯାତ୍ରୀମାନେ ଯଥାଶୀଘ୍ର ସମ୍ଭବ ସେମାନଙ୍କ ନିଜ ସ୍ଥାନକୁ ଫେରିବାକୁ ଚାହୁଁଥିଲେ । ଏହି ସମୟରେ ସମୁଦ୍ରରେ ଏକ ଭୟଙ୍କର ତୋଫାନ ଆସିଥିଲା ।

ଏହି ତୋଫାନ ଫଳରେ ଜାହଜଟି ସମ୍ମୂର୍ଣ୍ଣଭାବେ ନଷ୍ଟ ହୋଇଯାଇଥିଲା । ଏହି ଦୁର୍ଘଟଣା ଫଳରେ ଜାହଜ ଭିତରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ଯାତ୍ରୀମାନେ ଜାହଜ ଓ ଏହାର କ୍ୟାପଟେନଙ୍କୁ ଅଭିଶାପ ଦେଇଯାଇଥିଲେ । ସେବେଠାରୁ ଏହି ଭୂତ ଜାହଜ ସମୁଦ୍ର ଭିତରେ ଅଶାନ୍ତ ହୋଇ ଘୁରି ବୁଲୁଛି ବୋଲି ଲୋକମାନେ କହନ୍ତି ।

ଫ୍ଲାଇଙ୍ଗ ଡଚମ୍ୟାନ ଜାହଜ ପଛରେ ଥିବା ରହସ୍ୟ ଏପର୍ଯ୍ୟନ୍ତ ଖୋଲିପାରି ନାହିଁ । କିଛି ଲୋକ ଏହି ଜାହଜକୁ ଦେଖିଥିବାର ଦାବି କରୁଥିବା ବେଳେ ସେମାନଙ୍କ କଥାରେ କେତେ ସତ୍ୟତା ରହିଛି କେହି ଜାଣି ନାହାଁନ୍ତି । ଫ୍ଲାଇଙ୍ଗ ଡଚମ୍ୟାନ ଆଜି ବି ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି ।