ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ‘ମେଡ ଇନ ଇଣ୍ଡିଆ’ର ଉଡନ୍ତା କାର, ୧୨୦ କି.ମି ସ୍ପିଡରେ ଉଡିବା ନେଇ ସୂଚନା

215

କନକ ବ୍ୟୁରୋ : ଦିନକୁ ଦିନ ସ୍ୱଦେଶୀ ଜ୍ଞାନ କୌଶଳରେ ଦେଶ ଆଗକୁ ବଢିବାରେ ଲାଗିଛି । ଅନ୍ୟ ଦେଶ ଉପରେ ନିର୍ଭର ନହୋଇ ନିଜେ କିଭଳି ଆମେ ଆମର ଆବଶ୍ୟକତା ଜିନିଷ ଉତ୍ପାଦନ କରିପାରିବା ତାହା ଉପରେ ଏବେ ଦେଶ କାମ କରୁଛି । ଏହି କ୍ରମରେ ‘ମେଡ ଇନ ଇଣ୍ଡିଆ’ ଯୋଜନା ମାଧ୍ୟମରେ ଭାରତ ପ୍ରସ୍ତୁତ କରିଛି ଉଡନ୍ତା କାର ।

ଏବେ ଆପଣଙ୍କୁ ଅଫିସ ଯିବା ବେଳେ ଟ୍ରାଫିକ୍ ଜାମ ଭଳି ସମସ୍ୟାରୁ ମୁକ୍ତି ମିଳିବ । ଖୁବଶୀଘ୍ର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଯାଉଛି ଉଡନ୍ତା ହାଇବ୍ରିଡ କାର । ଚେନ୍ନାଇର ବେଷ୍ଟ ଷ୍ଟାଟଅପ୍ ଏସିଆ ପ୍ରଥମଥର ପାଇଁ ଦେଶରେ ହାଇବ୍ରିଡ ଫ୍ଲାଇଙ୍ଗ କାର ନିର୍ମାଣ କରିବାକୁ ଯାଉଛି ।

ଏହି ଉଡନ୍ତା କାରର ବ୍ୟବହାର ଆପଣ ଟ୍ରାନ୍ସପୋର୍ଟ, କାର୍ଗୋ ଓ ମେଡିକାଲ ଭଳି ଇମରଜେନ୍ସି ପାଇଁ ବ୍ୟବହାର କରିପାରିବେ । ଏନେଇ ଉଦ୍ଦୟନମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ତାଙ୍କୁ ଏସିଆର ସର୍ବପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର କନସେପ୍ଟ ବାବାଦରେ ସୂଚନା ଦିଆଯାଇଛି ଓ ଏହାକୁ ଚେନ୍ନାଇ ବେଷ୍ଟ ଷ୍ଟାଟଅପର ଯୁବ ଇଂଜିନିୟରମାନେ ନିର୍ମାଣ କରୁଛନ୍ତି ।

ଚେନ୍ନାଇ ବେଷ୍ଟ ଠସଦ୍ଭବଗ୍ଧବ ଇରକ୍ସକ୍ଟଜ୍ଞକ୍ଟଭସକ୍ଷସଗ୍ଧଚ୍ଚ ଅକ୍ଟୋବର ୫ ତାରିଖରେ ଏହି ହାଇବ୍ରିଡ୍ ଫ୍ଲାଇଙ୍ଗ କାର ଲଞ୍ଚ କରିବ ବୋଲି ଜଣାପଡିଛି । ଏହି କାରରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦିଆଯାଇଛି । ଏହି କାରକୁ ଡ୍ରାଇଭ କରିବା ଉଡାଇବା ସହଜ ହେବାକୁ ଏଭଳି ଫିଚର ଦିଆଯାଇଛି । କମ୍ପାନୀ ଦାବି କରିଛି କି ଏହିକାରରେ ସୁନ୍ଦର ଡିଜାଇନ ସହିତ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର କରାଯାଇଥିବାରୁ ଏହାକୁ ଗ୍ରାହକମାନେ ବେଶ୍ ପଶନ୍ଦ କରିବେ ।

 

ଏହି ଫ୍ଲାଇଙ୍ଗ ହ୍ରାଇବ୍ରିଡ କାରେ ଜିପିଏସ ଟ୍ରାକର ରହିଛି । ଏହାସହ ଏହାର ବୋର୍ଡରେ ମନୋରଞ୍ଜନ ପାଇଁ ସୁବିଧା ବି ରହିଛି । ଏହାସହ ଉଡିବା ବେଳେ ଆବଶ୍ୟକ ହେଉଥିବା ସମସ୍ତ ଟେକ୍ନୋଲୋଜିକୁ ଚାଳକ କିଭଳି ଅତି ସହଜରେ ବ୍ୟବହାର କରିପାରିବ ସେ ନେଇ କମ୍ପାନୀ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ନିର୍ମାଣ ହେଉଥିବା ଏହି କାରର ଓଜନ ୧,୧୦୦ କିଲୋଗ୍ରାମ ରହିଥିବା ବେଳେ ଏହା ୧,୩୦୦ କିଲୋଗ୍ରାମ ଓଜନକୁ ନେଇ ଉଡିପାରିବ ବୋଲି କୁହାଯାଇଛି ।

ଅନ୍ୟପଟେ ଏହି କାର ଉଭୟ ସଡକ ଓ ଆକାଶରେ ଉଡିପାରିବା ଭଳି ବ୍ୟବସ୍ଥା ରହିଛି । ଏହା ରାସ୍ତାରେ ସର୍ବାଧିକ ୧୦୦-୧୨୦ କିଲୋମିଟର ସ୍ପିଡରେ ଚାଲିପାରିବ । ଏହା ଆକାଶରେ ସର୍ବାଧିକ ୬୦ ମିନିଟ ପର୍ଯ୍ୟନ୍ତ ୩ ହଜାର ଫୁଟ ଉପରେ ଉଡିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଇନ୍ଧନ ଆକାରରେ ଏଥିରେ ବାୟୋ ଫୁଏଲ ବ୍ୟବହାର କରାଯିବ ।