ଭୋଟରଙ୍କ ଉପରେ ପୁଷ୍ପବୃଷ୍ଟି ସାଙ୍ଗକୁ ଢୋଲ ବଜାଇ ସ୍ୱାଗତ ! କେଉଁଠି ସ୍କାର୍ଫ ଦେଇ ଭୋଟରଙ୍କୁ ସ୍ୱାଗତ ।

ଭୋଟରଙ୍କ ଉପରେ ପୁଷ୍ପବୃଷ୍ଟି ସାଙ୍ଗକୁ ଢୋଲ ବଜାଇ ସ୍ୱାଗତ ! କେଉଁଠି ସ୍କାର୍ଫ ଦେଇ ଭୋଟରଙ୍କୁ ସ୍ୱାଗତ ।

Latestly

ଉତ୍ତର ପ୍ରଦେଶର ବାରୌତ୍ ଅନ୍ତର୍ଗତ ୧୨୬ ନମ୍ବର ବୁଥରେ ଫୁଲ ପାଖୁଡ଼ା ବୃଷ୍ଟି କରି ଓ ଢୋଲ ବଜାଇ ଭୋଟରମାନଙ୍କୁ ସ୍ୱାଗତ କରାଯାଇଛି। ସିକିମର ଗୋଟାଏ ବୁଥରେ ଭୋଟରମାନଙ୍କୁ ସ୍କାର୍ଫ ଦେଇ ସ୍ୱାଗତ କରାଯାଉଛି।ଭାରତରେ ସାଧାରଣ ନିର୍ବାଚନ ଅବସରରେ ଗୁଗଲ୍ ମଧ୍ୟ କାଳିଲଗା ଆଙ୍ଗୁଠି ଥିବା ଡୁଡଲଟିଏ କରିଛି। ଏହି ଆଙ୍ଗୁଠି ଉପରେ କ୍ଲିକ୍ କଲେ ବ୍ୟବହାରକାରୀମାନଙ୍କ ପାଇଁ ପେଜଟିଏ ଖୋଲେ ଯେଉଁଥିରେ ଭୋଟ୍ ପ୍ରଣାଳୀ ବିଷୟରେ ବୁଝାଇ ଦିଆଯାଇଛି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟରମାନଙ୍କୁ ନିବେଦନ କରି କହିଛନ୍ତି : ଆଜି ଗଣତନ୍ତ୍ର ମହାକୁମ୍ଭର ଶୁଭାରମ୍ଭ ହେଉଛି। ଆପଣ ଯେମିତି ସାଂସ୍କୃତିକ ମହାକୁମ୍ଭରେ ବହୁସଂଖ୍ୟାରେ ଭାଗ ନେଉଛନ୍ତି ସେମିତି ହିଁ ଏଇ ମହାକୁମ୍ଭରେ ନିଶ୍ଚୟ ବୁଡ଼ ପକାଇ ନୂତନ ଭାରତ ନିର୍ମାଣ ଲାଗି ଆପଣଙ୍କ ସହଯୋଗ ନିଶ୍ଚିତ କରନ୍ତୁ। ମୋର ନିବେଦନ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ୍ ଦିଅନ୍ତୁ। ସବୁ କାମ ପଛକୁ ରଖି ପ୍ରଥମେ ଭୋଟ୍ ଦିଅନ୍ତୁ।

publive-image

ଛତିଶଗଡ଼ର ନାରାୟଣପୁର ଅନ୍ତର୍ଗତ ଫାରସଗାଓଁ ଠାରେ ଗୋଟାଏ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ କେହି ମୃତାହାତ ହୋଇ ନାହାନ୍ତି। ସେଠାରେ ଭୋଟ୍ ବର୍ଜନ କରିବାକୁ ପୂର୍ବରୁ ନକ୍ସଲମାନେ ଆହ୍ଵାନ ଦେଇଥିଲେ। ଉତ୍ତରାଖଣ୍ଡର ଡେରାଡୁନ୍, ଉତ୍ତରପ୍ରଦେଶର ବିଞ୍ଜୋର୍ ଏବଂ ବାଗାପତ ଏବଂ ବିହାରର ଜାମୁଇ ଠାରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe