କନକ ବ୍ୟୁରୋ: ଏସଏଚଜି ମହିଳାଙ୍କ ଫୁଲ ବଗିଚା । ୫ ଏକର ଜମିରେ ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । କୃଷିମିତ୍ରଙ୍କ ସହାୟତାରେ ପାରିଜାତ ଫୁଲ ଉତ୍ପାଦିକା ଗୋଷ୍ଠୀ ଗଠନ କରି ୪୦ ଜଣ ମହିଳା ଏହି କାମ କରୁଛନ୍ତି । ଫୁଲ ଗଛ ରୋପଣ ଠାରୁ ଫୁଲ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ କାମ କରୁଛନ୍ତି ମହିଳା ଗୋଷ୍ଠୀ । ଚାରା ରୋପଣ କରିବା ସହ ଏହାର ଉପଯୁକ୍ତ ଯତ୍ନ ନେଇଛନ୍ତି । ଯାହାଫଳରେ ପ୍ରଚୁର ପରିମାଣର ଫୁଲ ଫୁଟିଛି । ଘର କାମ ପରେ ସମୟ ବାହାର କରି ଫୁଲ ତୋଳି ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରି ଲାଭବାନ ହେଉଛନ୍ତି । ଖାଲି ଗେଣ୍ଡୁ ଚାଷ ନୁହେଁ ସେବତୀ ଫୁଲ ଚାଷ କରିଛନ୍ତି ମହିଳା । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ମାନପୁର ଗାଁର ଏହି ମହିଳାଙ୍କ ଚାଷ କାମ ଏବେ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।
ପୂର୍ବରୁ ୩ ଏକର ଜମିରେ ଫୁଲକୋବି ଓ ୨ ଏକର ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ ମହିଳା । ହେଲେ କୋବି ଚାଷରୁ କ୍ଷତି ସହିବା ପରେ ଏବେ ୫ ଏକର ଜମିରେ ଖାଲି ଫୁଲ ଚାଷ ହୋଇଛି । ଏହି ଚାଷ ପାଇଁ ମହିଳା ମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ୨ ବର୍ଷ ହେଲା ୧୨ ମାସିଆ ଫୁଲ ଚାଷ କରି ଭଲ ରୋଜଗାର କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।
ଫୁଲ ଚାଷରୁ ଭଲ ରୋଜଗାର ହେଉଥିବାରୁ ଆଗକୁ ଏହି ଚାଷ ବ୍ୟାପକ ଭାବେ କରିବା ପାଇଁ ମହିଳା ମାନେ ଆଶା ରଖିଛନ୍ତି । ଗେଣ୍ଡୁ ଫୁଲ ସହିତ ଗୋଲାପ ଓ ଅନ୍ୟାନ୍ୟ ଫୁଲ ଚାଷ କରିବା ପାଇଁ ଯୋଜନା କରିଛନ୍ତି ଏହି ଗ୍ରୁପର ସଦସ୍ୟା । ବଜାରରେ ମଧ୍ୟ ଏହି ଫୁଲର ଚାହିଦା ଅଧିକ ରହିଛି । ତେଣୁ ଫୁଲ ଚାଷ କରି ଜଣେ ସ୍ୱାବଲମ୍ବୀ ହୋଇପାରିବ ବୋଲି ପ୍ରମାଣିତ କରିଛନ୍ତି ଏହି ମହିଳାମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/vlcsnap-2024-02-25-20h51m26s196.png)