କନକ ବ୍ୟୁରୋ : କୋହଲା ପାଗ ସାଙ୍ଗକୁ ଶୀତୁଆ ସକାଳ । ଅହରହ କେଁ କଟର କଟର ତେଲ କମ୍ପାନୀ ଭିତରେ ଫୁଲର ଗହଳି । ଅପୂର୍ବ ଶୋଭାରାଜିର ନିଆରା ସମ୍ଭାର    । ଫୁଲରେ ଚିତ୍ରିତ ଭିନ୍ନ ଭିନ୍ନ ରୂପ । କଳସ, ଡଙ୍ଗା, ହାତୀ ଓ ନର୍ତକୀ ରୂପରେ ସଜ୍ଜା ହୋଇଛି ଫୁଲ । ଏ ହେଉଛି, ପାରାଦୀପର ତୈଳ ବିଶୋଧନାଗାରର ଦୃଶ୍ୟ    । ଦିନ ରାତି ପେଟ୍ରୋଲ ଡିଜେଲ ଗ୍ୟାସ ତିଆରି ଚାଲିଥିବା ଏହି ବିଷ ବଳୟରେ ଶୋଭା ପାଉଛି ଭଳିକି ଭଳି ଫୁଲ ।

Advertisment

ବିଶୋଧନାଗାର ଟାଉନ ସିପ୍ରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଛି ୧୩ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ହେନା, ଜୁଇ, ଜାଇ, ମଲ୍ଲି, ଗେଣ୍ଡୁ ସହ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି । ସ୍ଥାନୀୟ ଲୋକ ଫୁଲ ପ୍ରଦର୍ଶନୀ ଦେଖିବା ସହ ମେଳାରେ ଖୋଲିଥିବା ଷ୍ଟଲରୁ କିଣାକିଣି କରୁଛନ୍ତି ।

କମ୍ପାନୀର କିଛି କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମରେ ସୃଷ୍ଟି ହୋଇଛି ଏମିତି ସୁନ୍ଦର ପରିବେଶ । କଳକାରଖାନା ସହିତ ସମାନ୍ତରାଳ ଭାବେ ପ୍ରଦୂଷଣର ମାତ୍ରା ବଢୁଥିବା ବେଳେ ପ୍ରତିକୂଳ ପରିବେଶରେ ଫୁଲର ସମ୍ଭାର ସୃଷ୍ଟି କରିବା ଏକ ଚ୍ୟାଲେଂଚ ।