କନକ ବ୍ୟୁରୋ : ସଜେଇ ହେଉଛି ଶ୍ରୀମନ୍ଦିର । ଜଗାର ମନ୍ଦିର ଅତି ସୁନ୍ଦର ଭାବେ ଫୁଲରେ ସଜାଇ ଏମିତି ଆକର୍ଷଣୀୟ କରାଯାଉଛି ଯେ ଆଖି ଦେଖିଲେ ଲାଖିଯିବ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୁହେଁ ଜଣେ ଭକ୍ତ ଏହି ମନ୍ଦିରକୁ ଫୁଲରେ ସୁସଜ୍ୱିତ କରୁଛନ୍ତି । ଆଉ ଏଥିପାଇଁ ଳାଗିବ ୨୦ ଟ୍ରିପ ଫୁଲ । ଭକ୍ତ ଜଣକ ୨୦୦ କାରିଗର ଦିଲ୍ଲୀରୁ ଆଣି ମନ୍ଦିରକୁ ଫୁଲରେ ସଜାଉଛନ୍ତି । ଆଜି କାଳିଆର ନବଯୌବନ ଥିବା ବେଳେ ସଂପୂର୍ଣ୍ଣ ନୂଆ ବେଶରେ ମନ୍ଦିରକୁ ଦେଖିବାକୁ ମିଳିବ ।
କୁହାଯାଏ, ସେ ଲୀଳାମୟ ତା ଲୀଳା ବା କିଏ ବୁଝିବ ? ସତରେ ତା ଲୀଳା କେବଳ ତାକୁ ହିଁ ଜଣା । ରଥଯାତ୍ରା ଏବଂ ବାହୁଡା ସହିତ, ରତଯାତ୍ରା ସମୟରେ ଯେତେଦିନ ପର୍ଯ୍ୟନ୍ତ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ରହିବେ ସବୁଦିନ ମନ୍ଦିରକୁ ଫୁଲରେ ସଜେଇବେ ଏହି ଭକ୍ତ ଜଣକ । କେ କେ ଶର୍ମା ନାମକ ଏହି ଭକ୍ତ ଜଣକ ହେଉଛନ୍ତି କାଳିଆ ଭକ୍ତ । ଜଗନ୍ନାଥଙ୍କୁ ଫୁଲରେ ସଜେଇବାକୁ ତାଙ୍କର ବହୁତ ଦିନରୁ ଇଚ୍ଛା ଥିଲା । ଆଉ ସେ ସ୍ୱପ୍ନକୁ ପୂରଣ କରିବାକୁ ସେ କାଲିଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଏନେଇ ଅନୁମତି ମିଳିଛି । ଏହି ଭକ୍ତ ଜଣଙ୍କ ନିଜ ସାଙ୍ଗରେ ଦିଲ୍ଲୀରୁ ୨୦୦ କାରିଗର ସାଙ୍ଗରେ ଆଣି ଆସିଛନ୍ତି ।