କୃଷ୍ଣପ୍ରସାଦ ଅଂଚଳର ତାଳପତ୍ର ଶିଳ୍ପୀଙ୍କ ନିଆରା କଳାକୃତି: ତାଳପତ୍ରରେ ତିଆରି କରୁଛନ୍ତି ଫୁଲତୋଡ଼ା, ଜୁଏଲାରୀ ବକ୍ସ ଓ ଫୁଲଦାନୀ

87

କନକ ବ୍ୟୁରୋ: ତାଳପତ୍ରରେ ତିଆରି ହେଉଛି ଭଳିକି ଭଳି ଘରକରଣା ସାମଗ୍ରୀ । ଫୁଲତୋଡ଼ା, ଜୁଏଲାରୀ ବକ୍ସ, ଆସନ, ଫୁଲଦାନୀ ଭଳି ୨୦ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି କୃଷ୍ଣପ୍ରସାଦ ଅଂଚଳର ତାଳପତ୍ରଶିଳ୍ପୀ ବାହୁଡ଼ା ପଲେଇ । ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ କାଂଚନ ପଲେଇ । ଗାଁ ଗହଳିରୁ ମିଳିଥିବା ତାଳପତ୍ର ସଂଗ୍ରହ କରି ସେଥିରେ ସୁନ୍ଦର ସୁନ୍ଦର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ କରି ଲୋକଙ୍କୁ ବିକ୍ରି କରନ୍ତି । ଅବସର ସମୟକୁ ଉପଯୋଗ କରି କିଛି ରୋଜଗାର କରିପାରୁଥିବାରୁ ସେମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

ଆଧୁନୀକତାର ଚାକଚକ୍ୟତା ଭିତରେ ଲୋକେ ଫାଇବର, ଷ୍ଟିଲ୍, ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର କରୁଛନ୍ତି । ହେଲେ କମିନି ହାତ ତିଆରୀ ଜିନିଷର ଚାହିଦା । ଲୋକେ ତାଳପତ୍ରରରେ ତିଆରୀ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ବେଶ ଖୁସିରେ କିଣିନେଉଛନ୍ତି । ତାଳପତ୍ରରେ ରଙ୍ଗ ଦେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏହା ଲୋକଙ୍କୁ ଖୁବ୍ ଆକୃଷ୍ଠ କରୁଛି ।