ଲୋକପ୍ରିୟ ଡ୍ୟାନ୍ସ ରିୟାଲିଟି ସୋ ‘ସୁପର ଡ୍ୟାନ୍ସର-୪’ : ବିଜେତା ହେଲେ ଫ୍ଲୋରିନା ଗୋଗୋଇ

67

ସୋନି ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିୟାଲିଟି ସୋ’ ସୁପର ଡ୍ୟାନ୍ସର-୪ର ବିଜେତା ହୋଇଛନ୍ତି ଫ୍ଲୋରିନା ଗୋଗୋଇ । ଏହି ସୋ’ରେ କୋରିଓଗ୍ରାଫର ଗୀତା କପୁର, ଫିଲ୍ମ ନିର୍ମାତା ଅନୁରାଗ୍‌ ବସୁ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଜଜ୍‌ ଆସନରେ ଥିଲେ । ତେବେ ସୁପର ଡ୍ୟାନ୍ସର ସିଜିନ୍‌-୪ର ଟପ୍‌-୫ରେ ଫ୍ଲୋରିନା ଗୋଗୋଇ, ଇଶା ମିଶ୍ରା, ସଞ୍ଚିତ ଚନାନା, ପୃଥ୍ବୀରାଜ୍‌, ନୀରଜା ଫାଇନାଲିଷ୍ଟ ଥିଲେ। ହେଲେ ସମସ୍ତଙ୍କୁ ଟକ୍କର ଦେଇ ଫ୍ଲୋରିନା ବିଜେତା ହୋଇଛନ୍ତି ।

ଫ୍ଲୋରିନାଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି । ଫ୍ଲୋରିନାଙ୍କ ଗୁରୁ ତୁଷାରଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଦିଆଯାଇଛି । ଏହା ବ୍ୟତୀତ ଦ୍ବିତୀୟ ସ୍ଥାନରେ ଥିବା ପୃଥ୍ବୀରାଜ୍‌ଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଇଛି । ତୃତୀୟ ସ୍ଥାନରେ ପଞ୍ଜାବର ସଞ୍ଚିତ, ଚତୁର୍ଥ ସ୍ଥାନରେ ନୀରଜା ଓ ଇଶା ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ତେବେ ଟପ୍‌-୫ରେ ଶେଷ ତିନି ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ସମସ୍ତ ଟପ୍‌-୫ ଫାଇନାଲିଷ୍ଟଙ୍କୁ ସୋ’ର ପ୍ରଯୋଜନା ସଂସ୍ଥା ତରଫରୁ ରେଫ୍ରିଜରେଟର ଓ ଏୟାର ପ୍ୟୁରିଫାୟର ଓ ପାର୍ଟନର ବ୍ୟାଙ୍କ ତରଫରୁ ୫୧ ହଜାର ଟଙ୍କାର ଏଫଡି ସାର୍ଟିଫିକେଟ୍‌ ଦିଆଯାଇଛି ।