ଭାଗ୍ୟ ଯେତେବେଳ ସାଥ୍ ଦିଏ…ଦୋକାନ ଖୋଲିବା ଦିନ କୋଟିପତି ବନିଲେ ଯୁବକ ।

3,476

କନକ ବ୍ୟୁରୋ: ଭାଗ୍ୟ ଯେତେବଳେ ସାଥିରେ ଥାଏ ସେତେବଳେ ଜୀବନର ମୋଡ କେବେ ବି ପରିବର୍ତ୍ତନ ହୋଇପାରେ । କୌଣସି ବ୍ୟବସାୟକୁ ଗୋଟିଏ ସ୍ତରକୁ ପହଞ୍ଚାଇବା ପାଇଁ ବହୁ ବର୍ଷ ଲାଗିଥାଏ । ସେଥିପାଇଁ ବ୍ୟବସାୟୀକୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡେ । କିନ୍ତୁ ଆମେରିକାର ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆମେରିକାରେ ଜଣେ ବ୍ୟକ୍ତି ନିଜ ବ୍ୟବସାୟ ଆରମ୍ଭ କଲେ । ସବୁଠାରୁ ବଡ କଥା ହେଉଛି ଯେଉଁଦିନ ସେ ବ୍ୟବସାୟ ଆରମ୍ଭ କଲେ ସେହି ଦିନ ହିଁ କୋଟିପତି ପାଲଟିଗଲେ ।

ଆମେରିକାର ଫ୍ଲୋରିଡାରେ ଜଣେ ବ୍ୟକ୍ତି ଅନେକ କଷ୍ଟ କରି ଅଟୋ ରିକ୍ସାର ପାର୍ଟସ୍ ବ୍ୟବସାୟ ଆରମ୍ଭ କରିଥିଲେ । ଯେଉଁଦିନ ସେ ଏହି ବ୍ୟବସାୟ ଆରମ୍ଭ କଲେ ସେହି ଦିନ ହି ତାଙ୍କର ଏକ ମିଲିୟନ ଡଲାର ଲଟେରି ଉଠିଲା ଓ ସେ ରାତାରାତି କୋଟିପତି ପାଲଟିଗଲେ । ଏକ ମିଲିୟନ ଡଲାରର ଭାରତୀୟ ଟଙ୍କାରେ ମୂଲ୍ୟ ହେଉଛି ୭ କୋଟି ୩୫ ଲକ୍ଷ ୫୩ ହଜାର ଟଙ୍କା । ବ୍ୟକ୍ତି ଜଣଙ୍କ ନାମ ହେଉଛି ବ୍ରାୟନ ବୁଡଲ । ଯାହାଙ୍କ ବୟସ ହେଉଛି ୪୬ ବର୍ଷ । ହଠାତ ଗୋଟିଏ ଦିନ ସେ ରାସ୍ତାରେ ତାଙ୍କ ସ୍ତ୍ରୀଙ୍କ ସହ ଯାଉଥିବା ସମୟରେ ୫ ଡଲାର ମୂଲ୍ୟରେ ଗୋଟିଏ ଗୋଲ୍ଡ ରସ ଲଟେରି କିଣିଥିଲେ । ତାର ଠିକ କିଛି ଦିନ ପରେ ସେ ତାଙ୍କ ସ୍ତ୍ରୀଙ୍କ ସହ ଯେତେବେଳେ ନିଜର ଅଟୋ ପାର୍ଟସ ଦୋକାନର ଉଦଘାଟନ କରୁଥିଲେ ସେହି ଦିନ ହି ତାଙ୍କର ଲଟେରି ଉଠିଗଲା ଓ ସେ ଏକ ମିଲିୟନ ଡଲାର ଜିତିଗଲେ ।

ଏହା ତାଙ୍କ ଜୀବନର ସବୁଠାରୁ ଖୁସିର ମୂହୁର୍ତ୍ତ ଥିଲା ଯେଉଁ ଖୁସିର ସମୟ ଉଭୟ ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ଉପଭୋଗ କରିଥିଲେ । ଜୀବନ ଏମିତି ବି ସମୟ ଆସିବ ସେ କେବେ ଭାବି ନଥିଲେ । ଜୀବନରେ ସେ ଅନେକ ଲଟେରି କିଣିଥିଲେ କିନ୍ତୁ କେବେ କୌଣସି ସଫଳତା ମିଳି ନଥିଲା । ତେଣୁ ସେ ଲଟେରି କିଣି ମନେ ରଖୁନଥିଲେ । କିନ୍ତୁ ଏହି ୫ ଡଲାରର ଲଟେରି ତାଙ୍କ ଜୀବନର ଶୈଳୀ ହି ପରିବର୍ତ୍ତନ କରିଦେଲା ।

୧ ମିଲିୟନ ଡଲାରରୁ ୨୦୦୦ ଡଲାର ସେ କମିଶନ ହିସାବରେ ଲଟେରି କମ୍ପାନିକୁ ଦେଇଥିଲେ ଓ ବାକି ଟଙ୍କାକୁ ସେ ଧାର ସୁଝିବା ସହ ନିଜ ବ୍ୟବସାୟ ରେ ଲଗାଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ଅନେକ ସ୍ୱପ୍ନ ରହିଛି । ସେହି ସ୍ୱପ୍ନ ଗୁଡିକୁ ଏହି ଟଙ୍କା ଦ୍ୱାରା ପୂରଣ କରିବେ ବୋଲି କହିଛନ୍ତି ସେ । ତାଙ୍କ ସ୍ତ୍ରୀ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି ଏହି ଘଟଣା ଆମକୁ ସଠିକ ଭାବରେ ବୁଝାଇଦେଲା ଯେ ଜୀବନରେ କିଛି ବି ହୋଇପାରେ । ବିଶ୍ୱାସ ଓ ଭରସା ରଖି ପରିଶ୍ରମ କଲେ ଭଗବାନ ସମସ୍ତଙ୍କ ଡାକ ଶୁଣିବେ ।