କନକ ବ୍ୟୁରୋ : ମ୍ୟାନ ଭର୍ସେସ ୱାଇଲ୍ଡ ସୋ’ ଆପଣ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ବିୟର ଗ୍ରୀଲ୍ସ କିଭଳି ପଶୁପକ୍ଷୀଙ୍କ ଗହଣରେ ଚ୍ୟାଲେଞ୍ଜିଂ ଜୀବନ କାଟୁଛନ୍ତି ତାହା ଦେଖାଯାଇଥାଏ । ତେବେ ପୂରା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହାର ସୁଟିଂ କରାଯାଇଥାଏ । ସୁଟିଂ ଟିମ୍ ସହ ବିଶେଷଜ୍ଞ ଦଳ ରହିଥାନ୍ତି । କିନ୍ତୁ ଆମେରିକାର ଫ୍ଲୋରିଡାରେ ଜଣେ ଯୁବକ କିଛି ଏମିତି କରିଛନ୍ତି ଯାହା ତାଙ୍କର ସାହସିକତା ସାମ୍ନାକୁ ଆଣିଛି । କାରଣ ବିଶାଳ କୁମ୍ଭୀରକୁ ନିଜ ସାହସ ବଳରେ ଡଷ୍ଟବିନରେ କଏଦ କରିଛନ୍ତି ଯୁବକ ଜଣକ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କୁମ୍ଭୀରଟି ଘର ବାହାରେ ବୁଲୁଥିବା ବେଳେ ଏହାକୁ ଦେଖିଥିଲେ ଯୁବକ । ଆଉ କୁମ୍ଭୀରକୁ ଘର ବାହାରେ ଦେଖି ଡରି ଯାଇନଥିଲେ ବରଂ ଏହି କୁମ୍ଭୀରକୁ କିଭଳି କଏଦ କରାଯାଇପାରିବ ସେନେଇ ସାହସ ଦେଖାଇଥିଲେ ଯୁବକ । ଆଉ ଏହିଠାରୁ ଆରମ୍ଭ ହୋଇଥିଲା କୁମ୍ଭୀର ଓ ଯୁବକଙ୍କ ମଧ୍ୟରେ ଛକାପଞ୍ଝା । ଗୋଟିଏ ପଟେ କୁମ୍ଭୀର ଆଉ ଅନ୍ୟପଟେ ଯୁବକ । ମଝିରେ କେବଳ ଡଷ୍ଟବିନ ଟିଏ ରହିଛି । କୁମ୍ଭୀରଟି ପାଟି ମେଲା କରି ଯୁବକଙ୍କୁ ଡରାଇବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣକ ଡଷ୍ଟବିନରେ କୁମ୍ଭୀରକୁ କଏଦ କରିବାକୁ ପ୍ରୟାସ ଚଳାଇଥିଲେ ।
Follow Us