କନକ ବ୍ୟୁରୋ: ଆଜି ବିଧାନସଭା ବହୁମତର ପ୍ରମାଣ ଦେବେ ହେମନ୍ତ ସୋରେନ୍ । ଝାଡଖଣ୍ଡରେ ସରକାର ଗଠନ କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଆଜି ବିଧାନସଭାରେ ଶକ୍ତି ପରୀକ୍ଷା ହେବ । ତେବେ ଏଥିପାଇଁ ଝାଡଖଣ୍ଡ ରାଜନୀତି ସରଗରମ ହେଇଛି । ଆଉ ଉଭୟ ଶାସକ ଓ ବିରୋଧୀ ଏଥିପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି ।
ଗତକାଲି ଶାସକ ଦଳର ବିଧାୟକମାନେ ବସି ଆଲୋଚନା କରିଥିଲେ । ଏହି ବୈଠକରେ ବହୁମତ ପରୀକ୍ଷା ଏବଂ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଆଲୋଚନା ହେଇଥିବା ଜଣାପଡିଛି । ଅନ୍ୟପଟେ ଝାଡଖଣ୍ଡରେ ବିରୋଧୀ ଆସନରେ ବସିଥିବା ବିଜେପି ମଧ୍ୟ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ପ୍ରଦୀପ ଯାଦବଙ୍କ କହିବା କଥା, ଗତକାଲିର ବୈଠକରେ ଦଳ ବିଧାନସଭାରେ ଶକ୍ତି ପରୀକ୍ଷଣ ଏବଂ କ୍ୟାବିନେଟ୍ ବିସ୍ତାର ନେଇ ଆଲୋଚନା କରିଛି । ତେବେ ଗୃହରେ ବହୁମତ ପ୍ରମାଣ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ଥିବା ସେ ଦାବି କରିଛନ୍ତି । ଅନ୍ୟପଟେ ଆଜିର ଅଧିବେଶନରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଗୋଟିଏ ପଟେ ଶାସକ ଦଳ ବିରୋଧୀଙ୍କୁ ଚକମା ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ହେମନ୍ତ ସରକାରକୁ ଚେକ୍ ଦେବାକୁ ଲକ୍ଷ୍ୟ ରଖିଛି । ଦଳର ନେତା ଦାବି କରିଛନ୍ତି ଯେ, ଏହି ମେଣ୍ଟ ସରକାରରେ ଅନ୍ତଦ୍ୱନ୍ଦ୍ୱ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/ddg0mg6o_hemant-soren_625x300_03_July_24.webp)