ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । କାଲି ସନ୍ଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ବହୁମତ ପରୀକ୍ଷା, ଫ୍ଲୋର ଟେଷ୍ଟର ହେବ ସିଧା ପ୍ରସାରଣ ।

969

କନକ ବ୍ୟୁରୋ : ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଆସନ୍ତାକାଲି ସନ୍ଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ବହୁମତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରି ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବହୁମତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏବଂ ଫ୍ଲୋର ଟେଷ୍ଟର ହେବ ସିଧା ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫ୍ଲୋର ଟେଷ୍ଟରେ କୌଣସି ଗୁପ୍ତ ମତଦାନ ହେବ ନାହିଁ । ଅର୍ଥାତ ଖୋଲାଖୋଲି ଭୋଟ୍ ଦେବେ ବିଧାୟକ । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଗତକାଲି ରାୟକୁ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ । ବିନା ସଂଖ୍ୟା ଗରିଷ୍ଠତାରେ ଫଡନଭିସ୍ ସରକାର ଗଠନ କରିଥିବା ଅଭିଯୋଗରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶିବସେନା-ଏନସିପି ଓ କଂଗ୍ରେସ । ତୁରନ୍ତ ବିଧାନସଭାରେ ବହୁମତ ପରୀକ୍ଷା ଦାବି କରିଥିଲେ ଏହି ତିନି ଦଳ । ଅନ୍ୟପଟେ ଫ୍ଲୋର ଟେଷ୍ଟ ପାଇଁ ଅଧିକ ସମୟ ମାଗିଥିଲେ ଫଡନଭିସଙ୍କ ଓକିଲ ।