ଆସନ୍ତାକାଲି ଦିନ ୧୧ଟାରେ ହୀରାକୁଦରୁ ଛଡା ଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟରୁ ଛଡାଯିବ ପାଣି ।

141

କନକ ବ୍ୟୁରୋ: ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଏଥପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟରୁ ଏହା ଛଡାଯିବ । ହୀରାକୁଦରୁ ପାଣି ଛଡାଯିବାର ୪୮ଘଂଟା ପରେ ମୁଣ୍ଡଳୀରେ ପହଂଚିବ ବନ୍ୟାଜଳ । ଏନେଇ ତଳମୁଣ୍ଡର ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ତେବେ ଆଜି ଜଳଭଣ୍ଡାରର ଜଳସ୍ତର ୬୦୮.୩୧ ଫୁଟ ରହିଛି । ଏହାସହ ଜଳଭଣ୍ଡାରରକୁ ପ୍ରତି ସେକେଣ୍ଡରେ ୩୮ ହଜାର ୫୦୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୯ ହଜାର ୭୮୮ କ୍ୟୁସେକ ଜଳ ଛଡାଯାଉଛି ।