୨୪ ଗେଟ୍ ଦେଇ ହୀରାକୁଦର ଛଡାଯାଉଛି ବନ୍ୟାଜଳ । ଜଳଭଣ୍ଡାର ଜଳସ୍ତର କମିବା ପରେ ପରେ ଗେଟ୍ ସଂଖ୍ୟା କମ୍ ହେଉଛି

137

କନକ ବ୍ୟୁରୋ : ୨୪ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟା ଜଳ । ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୫.୩୧ ଫୁଟ ରହିଛି । ବର୍ତମାନ ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୪ ହଜାର ୬୧୨ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୪ ଲକ୍ଷ ୨୬ ହଜାର ଘନଫୁଟ ଜଳପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।

ଜଳଭଣ୍ଡାର ଜଳସ୍ତର କମିବା ପରେ ପରେ ଗେଟ୍ ସଂଖ୍ୟା କମ୍ ହେଉଛି । ଏହି ହାରରେ ବନ୍ୟାଜଳ ନିଷ୍କାସନ ପରିମାଣରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ଡ୍ୟାମ୍ କର୍ତୃପକ୍ଷଙ୍କ ସୂଚନା ଅନୁସାରେ ଜଳଭଣ୍ଡାର ଜଳସ୍ତର ୬୨୫ ଫୁଟ ପାଖାପାଖି ରଖିବାକୁ ଯୋଜନା ରହିଛି । ହୀରାକୁଦ ଉପରମୁଣ୍ଡରେ ବର୍ଷା କମିବା ପରେ ଧୀରେ ଧୀରେ ଗେଟ୍ ଗୁଡିକୁ ବନ୍ଦ କରାଯାଉଛି ।