କନକ ବ୍ୟୁରୋ : ମହାନଦୀରେ ବନ୍ୟା ଜଳ ବୃଦ୍ଧି ଫଳରେ ବାଙ୍କିରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ଘରେଘରେ ପଶିଛି ବନ୍ୟାଜଳ । କଇଁମୁଣ୍ଡି, ଶୁଖୁଆଖଳା, ସାଂପୁର ଭଳି ପ୍ରାୟ ୧୦ଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେପଟେ ଶହ ଶହ ହେକ୍ଟର ଚାଷ ଜମିରେ ଏବେ ପାଣି ଜମି ରହିଛି । ଫଳରେ ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଲେଣି । ଜଳବନ୍ଦୀ ଲୋକଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବନ୍ୟା ପୀଡିତ ଦାବି କରିଛନ୍ତି ।
ସେପଟେ, ବନ୍ୟା ଆସିବା ପରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଅନେକ ଗାଁରେ ପାଣି ପଶିଛି । ରାଜକନିକା ବ୍ଲକର କନପୁର, ବଟରପଡା, ହଳୁପଡା ଓ ଗହମ ପାଳ ଗାଁରେ ଆଂଠୁଏ ଲେଖାଁଏ ପାଣି ଜମିଛି । କନପୁର ଗାଁ ବାଦ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଘରୁ ବାବାରିବାକୁ ହେଲେ ଡଙ୍ଗା ଭରସା । ଘର ଭିତରେ ପାଣି ପଶିଛି । ସନ୍ଧ୍ୟା ସମୟରେ କୁମ୍ଭୀର ଘର ପାଖକୁ ଚାଲିଆସୁଥିବାରୁ ଲୋକମାନେ ବାହାରକୁ ବାହାରୁନାହାନ୍ତି । ପ୍ରଶାସନ ତୁରନ୍ତ ଲୋକଙ୍କ ପାଖରେ ପହଂଚିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/6-30.jpg)