କନକ ବ୍ୟୁରୋ : ପାଙ୍ଗାମ ବ୍ରିଜ ଉପରେ ପାଣି । ଲଗାଣ ବର୍ଷାରେ ବୁଡିଲା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଥିବା ପାଙ୍ଗାମ ବ୍ରିଜ । ପୋଲ ଉପରେ ଏବେ ପ୍ରବାହିତ ହେଉଛି ବନ୍ୟାପାଣି । ଫଳରେ ମାଲକାନଗିରି କୋରାପୁଟ ଯୋଗାଯୋଗ ବିଛିନ୍ନ ହୋଇଛି । ଗତ ୪ ଦିନ ହେବ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ତେବେ ଗତକାଲି ରାତିରେ ପ୍ରବଳ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ଘଟିଛି । ଫଳରେ ପାଙ୍ଗାମ ପୋଲ ଉପରେ ଏବେ ପ୍ରବାହିତ ହେଉଛି ବନ୍ୟାପାଣି । ଏପରି ସ୍ଥିତିର ପୋଲର ଉଭୟ ପଟରେ ଅଟକି ରହିଛି ଗାଡି ମୋଟର । ବନ୍ଦ ରହିଛି ଗାଡି ଚଳାଚଳ ।