କଣାସରେ ବନ୍ୟା ! ୩୦ ଗାଁ ଲୋକେ ଜଳବନ୍ଦୀ, ଭୋକ ଉପାସରେ ପଡିରହିଛନ୍ତି ଲୋକେ

Advertisment
ବନ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଯାଜପୁର ଜିଲ୍ଲା । ୨୦ରୁ ଅଧିକ ସ୍ଥାନରେ ସୃଷ୍ଟି ହୋଇଛି ଘାଇ

କନକ ବ୍ୟୁରୋ : ଲଘୁଚାପ ବର୍ଷା ଯୋଗୁଁ ଦୟା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଦ୍ବାରା ପୁରୀ ଜିଲ୍ଲାର କଣାସ ଓ ପିପିଲି ବ୍ଲକ ପ୍ରଭାବିତ ହୋଇଛି। କଣାସ ବ୍ଲକର ୩୦ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ବଡଶା, ପାଣ୍ଡିଆକେରା, ଗଡବଳଭଦ୍ରପୁର, ଦୋକନ୍ଦା, ଗଡସାନପୁଟ ଓ ଗୋପିନାଥପୁର ପଞ୍ଚାୟତ ପାଣି ଘେରରେ ରହିଛି। ଗତକାଲିଠାରୁ ଏହି ପଞ୍ଚାୟତର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ଏଭଳି ବିପତ୍ତି ସମୟରେ ସାହାଯ୍ୟ ସହଯୋଗ ତ ଦୂର କଥା, ପ୍ରଶାସନିକ ଅଧିକାରୀଙ୍କ ଦେଖା ମଧ୍ୟ ମିଳୁନି। କେବଳ ଲୋକମାନଙ୍କ ଯାଆସ ପାଇଁ ୪ଟି ପାୱାର ବୋଟ୍ ଯୋଗାଇ ଦେଇଛି ପ୍ରଶାସନ। ବହୁ ଘରେ ପାଣି ପଶିଥିବାରୁ ପ୍ରଭାବିତ ଲୋକମାନେ ଭୋକ ଉପାସରେ ରହିଛନ୍ତି। ଅନ୍ୟପକ୍ଷରେ ବିପନ୍ନଙ୍କ ପାଖରେ ଏଯାଏ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନଥିବାରୁ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe