କନକ ବ୍ୟୁରୋ: ଉତ୍ତରାଖଣ୍ଡରେ କାଳ ହୋଇଛି ଲଗାଣବର୍ଷା ସାଙ୍ଗକୁ ବନ୍ୟା । ମୌସୁମୀ ବର୍ଷା ଆରମ୍ଭରୁ ହିଁ ବିଭିନ୍ନ ରାଜ୍ୟରେ ବେହାଲ ହେଲାଣି ସ୍ଥିତି । କେଉଁଠି ବର୍ଷା ତ ପୁଣି କେଉଁଠି ବନ୍ୟା ଓ ଭୂସ୍ଖଳନ । କେରଳରେ ରାସ୍ତା ମଧ୍ୟ ନଦୀର ଭ୍ରମ ସୃଷ୍ଟି କରୁଛି । ରାସ୍ତା ଉପରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ସହରଠୁ ଗାଁ ସବୁଠି ବନ୍ୟା ସ୍ଥିତି ଦେଖାଯିବା ପରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ବର୍ଷା ଓ ବନ୍ୟା ଭିତରେ ଦାଉ ସାଧୁଛି ଭୂସ୍ଖଳନ । ଉତ୍ତରାଖଣ୍ଡ ଧରଚୁଲାରେ ଭୟଙ୍କର ଭୂସ୍ଖଳନ ଘଟଣା ଦେଖିବାକୁ ମିଳୁଛି । ପାହାଡ ଉପରୁ ବିଶାଳ ପଥରଖଣ୍ଡ ଭାଙ୍ଗି ଖସିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ସଙ୍କଟରେ ଜୀବନ ରହିଛି । ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଉଛି । କେବଳ ପାହାଡିଆ ରାଜ୍ୟ ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୨୦ରୁ ଅଧିକ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଯୋଗୁଁ ବେହାଲ ହୋଇଛି ସ୍ଥିିତି ।
ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ। ଉତ୍ତରାଖଣ୍ଡ, କେରଳରେ ସ୍ଥିତି ସଙ୍ଗୀନ
/kanak/media/post_attachments/wp-content/uploads/2023/07/ANI-20211019308-0_1634701141027_1634701151403.webp)