ମୟୁରଭଂଜ ଦେଇ ୟାସ୍ ଗଲାବେଳେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା : ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ବଢ଼ିଲା ଜଳସ୍ତର

Advertisment
ମୟୁରଭଂଜ ଦେଇ ୟାସ୍ ଗଲାବେଳେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା : ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ବଢ଼ିଲା ଜଳସ୍ତର

କନକ ବ୍ୟୁରୋ : ବାତ୍ୟା ପରେ ବନ୍ୟା ଭୟ । ବାତ୍ୟା ୟାସ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବୁଢାବଳଙ୍ଗ ଓ ଅନ୍ୟ ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବାରେ ଲାଗିଛି । ଦିନ ତମାମ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପଦ ଆଶଙ୍କା ବଢି ଯାଇଛି । ଖୁବ୍ ଶିଘ୍ର ବନ୍ୟା ସ୍ଥିତି ହୋଇପାରେ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି । ଅତି ଭୀଷଣ ବାତ୍ୟା ପ୍ରଭାବରେ ମୟୁରଭଂଜର ସ୍ଥିତି ଗମ୍ଭୀର ହେଲାଣି । ଶିମିଳିପାଳ ଅଂଚଳରେ ଗତକାଲି ଠାରୁ ପ୍ରବଳ ବର୍ଷା ହେବାରୁ ପ୍ରଶାସନ ବାରିପଦାରେ ଫ୍ଲାସଫ୍ଲଡ଼ ଆଶାଙ୍କା କରୁଛନ୍ତି । ପରିସ୍ଥିତିକୁ ଦେଖି ବାରିପଦା ଅଂଚଳରେ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

ଅନ୍ୟପକ୍ଷରେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଦିନତମାମ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ବନ୍ୟା ବିପଦ ଆଶଙ୍କା ବଢ଼ିଯାଇଛି। ଖୁବ୍‌ ଶୀଘ୍ର ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି।

ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଅତି ଭୀଷଣ ବାତ୍ୟା ପ୍ରଭାବରେ ମୟୂରଭଂଜ ସ୍ଥିତି ଗମ୍ଭୀର ହୋଇଗଲାଣି। ଶିମିଳିପାଳ ଅଞ୍ଚଳରେ ଗତକାଲି ଠାରୁ ଭୀଷଣ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ବାରିପଦାରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା କରୁଛନ୍ତି। ୨୦୧୩ରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଣୁ ପରିସ୍ଥିତିକୁ ଦେଖି ବାରିପଦା ସହରରେ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଏବେ ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି ।

ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି ଏବଂ ଜଳଭଣ୍ଡାରକୁ ନିୟନ୍ତ୍ରଣ କରାଯାଉଛି । ଯେଭଳି ଫ୍ଲାସ୍ ଫ୍ଲଡ୍ ସ୍ଥିତି ହେବ ନାହିଁ, ସେ ନେଇ ଉଦ୍ୟମ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe