କନକ ବ୍ୟୁରୋ : ପୋଲ ପାର ପାଇଁ ପାଉଣା । ବନ୍ୟା ବେଳେ ପୋଲ କରିଦେବା ପାଇଁ ନେଉଛନ୍ତି ଟଙ୍କା । ବାଲେଶ୍ୱର ସୋରୋ ଅନନ୍ତପୁର ସ୍ଥିତ ବାଲିକିତିରଣ ନଦୀ ପୋଲ ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଲୋକମାନେ ପୋଲ ପାର ହୋଇ ଯାଇପାରନାହାନ୍ତି । ଏତିକିବେଳେ କିଛି ବ୍ୟକ୍ତି ବାଇକ ସହ ଲୋକଙ୍କୁ ପୋଲ ପାର କରାଇଦେଇ ଟଙ୍କା ଆଦାୟ କରୁଛନ୍ତି । ଏପରିକି ପ୍ରତି ବାଇକ ପିଛା ୨୦ରୁ ୩୦ ଟଙ୍କା ଆଦାୟ କରୁଛନ୍ତି ।/kanak/media/post_attachments/wp-content/uploads/2020/08/vlcsnap-2020-08-28-13h41m24s188-300x170.png)
ସେପଟେ, ଲଗାଣ ବର୍ଷା ଯୋଗୁଁ ବାଲିଆପାଳରେ ଲୋକଙ୍କ ଭରସା ପାଲଟିଛି ଡଙ୍ଗା । ବାଲିଆପାଳ ବ୍ଲକର ୨୦ ଗାଁର ଲୋକେ ଦୀର୍ଘ ୧୧ ଦିନ ହେଲା ପାଣିଘେରରେ ଅଛନ୍ତି । ପିଇବାପାଣି ନମିଳିବାରୁ ଲୋକେ ଡଙ୍ଗାରେ ୩ରୁ ୪ କିଲୋମିଟର ଯାଉଛନ୍ତି । ନଳକୂଳ ବୁଡିଯାଇଛି । ତଳବାଲିଆପାଳ ଓ ଆଠବାଟିଆରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏ ଯାଏଁ ପ୍ରଶାସନ ପଂହଚିପାରିନାହିଁ । ଗୃହପାଳିତ ପଶୁମାନଙ୍କୁ ବି ଖାଇବାକୁ ମିଳୁନାହିଁ । ଲୋକଙ୍କ ମୁଖ୍ୟ ସମସ୍ୟା ପାଲଟିଛି ପିଇବା ପାଣି ।/kanak/media/post_attachments/wp-content/uploads/2020/08/vlcsnap-2020-08-28-13h41m48s153-300x170.png)
ଲଗାଣ ବର୍ଷା ପରେ କେନ୍ଦ୍ରାପଡାରେ ବନ୍ୟା ସ୍ଥିତି । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକରେ ଅଧିକାଂଶ ସ୍ଥାନରେ ପାଣି ପଶିଛି । ଦାଣ୍ଡି ସାହି, ଅନ୍ଧାର, ପେଣ୍ଠପାଳ , ସିଂହଗାଁ ପରି ଅଂଚଳରେ ବନ୍ୟା ପାଣି ପସିଯାଇଛି । ପାଣି ଭିତରେ ଏବେ ପୁରା ଗାଁ ରହିବା ପରେ ପୁରା ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଗାଁ ଦାଣ୍ଡରେ ଏବେ ଡଙ୍ଗା ପଡିଥି । ପାଣି ଭିତରେ ଡଙ୍ଗା ସାହାଯ୍ୟରେ ଲୋକେ ସୁରକ୍ଷିତ ସ୍ଥାନକୁ ଯିବା ଆସିବା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/26-14.jpg)