କନକ ବ୍ୟୁରୋ: ବ୍ରାଜିଲ ଦକ୍ଷିଣ ପୂର୍ବ ରିଓ ଡି ଜେନେରିଓ ରାଜ୍ୟର ପେଟ୍ରୋପଲିସ୍ ସହରରେ ତାଣ୍ଡବ ରଚିଛି ଭୂସ୍ଖଳନ ଏବଂ ବନ୍ୟା ।ଏଥିରେ ବ୍ୟାପକ ଧନଜୀବନ ହାନୀ ହୋଇଛି । ଭୁସ୍ଖଳନ ଘଟି ଅନେକ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ୨୦୦ ଟପିଥିବାବେଳେ ଏବେବି ଅନେକ ନିଖୋଜ ଅଛନ୍ତି ।ଫଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି।
ଏହି ପ୍ରମୁଖ ସହରର ମେୟର କହିବା ମୁତାବକ, ମାଟିତଳେ କେତେ ଲୋକ ଦବି ରହିଛନ୍ତି ତାହାର କୌଣସି ସଠିକ ଆକଳନ କରିବା କଷ୍ଟକର । ରିଓ –ଡି- ଜେନେରିଓର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ବନ୍ୟା ଓ ଭୁସ୍ଖଳନ ଯୋଗୁଁ ୪୦୦ରୁ ଅଧିକ ପରିବାର ବେଘର ହୋଇଯାଇଛି । ଏଠାରେ ଅଗ୍ନଶମ ବିଭାଗର ସୂଚନା ମୁତାବକ, ଏଥିରେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ । ଏଠାରେ ୫ ଦିନ ପୂର୍ବରୁ ଗୋଟିଏ ଦିନରେ ମାତ୍ର ୩ ଘଣ୍ଟାର ମୂଷଳ ବର୍ଷା ହୋଇଥିଲା । ଏତେ ପରିମାଣରେ ବର୍ଷା ହୋଇଥିଲା ଯେ ,ଯାହା ୩୦ ଦିନର ବର୍ଷା ସହ ସମାନ ।
ଏହାପୂର୍ବରୁ ୨୦୧୧ରେ ମଧ୍ୟ ରିଓ-ଡି-ଜେନାରିଓରେ ଏହିପରି ପ୍ରାକୃତିକ ତାଣ୍ଡବ ହୋଇଥିଲା । ବର୍ଷା ଯୋଗୁଁ ଏଠିକାର ପାହାଡିଆ ଇଲାକାରେ ୯୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/6-29.jpg)