ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ: ପ୍ରବଳ ବର୍ଷା ଯୋଗୁଁ ପୁନେରେ ୨୦ ମୃତ

ସେପଟେ ପଶ୍ଚିମବଙ୍ଗରେ ବନ୍ୟା ସ୍ଥିତି ସଙ୍ଗୀନ, ଅନେକ ଗାଁ ଜଳବନ୍ଦୀ

151

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବର୍ଷା କମିବାର ନାଁ ନେଉନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ବର୍ଷାରେ ୨୦ଜଣଙ୍କର ଜୀବନ ଯାଇଥିବାବେଳେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଆଜି ପୁନେରେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ପ୍ରଶାସନ । ପ୍ରବଳ ବର୍ଷା ଯୋଗୁଁ ସଡକଠୁ ଘରଦ୍ୱାରା ସବୁଆଡେ ପାଣି ଆଉ ପାଣି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ ଆଉ କେଉଁଠି ଗାଡିଗୁଡିକ ପାଣିରେ ଭାସିଯାଇଛି ।

ଜମି ରହିଥିବା ପାଣିରେ ଯାନବାହାନ ଭାଙ୍ଗିରୁଜି ପରେ ଭାସୁଥିବା ଦେଖିବାକୁ ମିଳିଛି । ବର୍ଷା ସାଙ୍ଗକୁ ଏଭଳି ପରିସ୍ଥ୍ିତି ଲୋକଙ୍କ ସମସ୍ୟା ବଢାଇଦେଇଛି । ବନ୍ୟା ପ୍ରଭାବିତ ଅଂଚଳରେ ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ପାଣିଘେରରେ ଫସିଥିବା ଲୋଙ୍କୁ ଏହି ଟିମ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି । ବର୍ତମାନସୁଦ୍ଧା ୨୮ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟାରେ ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।