କନକ ବ୍ୟୁରୋ : ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ । ଫଳରେ ବାଙ୍କୀର ତାଳବସ୍ତ ଓ ବାଲିପଡାରୁ ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତାଳବସ୍ତକୁ ବାଙ୍କୀ ଯାତାୟତ କରୁଥିବା ରାସ୍ତା ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ଅନେକ ତଳିଆ ଅଂଚଳରେ ବନ୍ୟାପାଣି ପ୍ରବାହିତ ହେଉଛି । ଫଳରେ ହେକ୍ଟର ହେକ୍ଟର ଧାନ ଓ ପରିବା ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି ।

Advertisment

ସେପଟେ ସମ୍ଭାବ୍ୟ ବନ୍ୟା ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇନାହିଁ । ବିପଦ ସଙ୍କେତ ତଳେ ନଦୀର ଜଳସ୍ତର ରହିଛି । କେବଳ ଜଳକା ନଦୀ ବିପଦ ସଙ୍କେତ ପାଖାପଖି ରହିଛି । ଉତର ଓଡିଶାରେ ବନ୍ୟାର ଆଶଙ୍କା ନାହିଁ ।