ବାତ୍ୟା ପରେ ଓଡ଼ିଶାକୁ ବନ୍ୟା ଚିନ୍ତା । ବିପଦ ସଙ୍କେତ ଉପରେ ବୈତରଣୀ । ଯାଜପୁର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡାରେ ସତର୍କତା

200

କନକ ବ୍ୟୁରୋ: ବାତ୍ୟା ସରିଲା । କିନ୍ତୁ ପ୍ରବଳ ବର୍ଷାରେ ଫୁଲୁଛି ନଦୀ । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ପ୍ରଭାବିତ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଏଭଳି ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ବାତ୍ୟା ପ୍ରଭାବରେ ୧୪୬ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦା ଓ ଆନନ୍ଦପୁରଠାରେ ଆଖୁଆପଦା ଓ ଆନନ୍ଦପୁରରେ ବିପଦସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଏଥିପାଇଁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରପଡାକୁ ସତର୍କ କରାଯାଇଛି । ତଳିଆ ଅଂଚଳର ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ସ୍ଥାନାନ୍ତର ହୋଇଛ

ତେବେ ଜଳସମ୍ପଦ ବିଭାଗ ଆକଳନ କରିଛି, ଆଖୁଆପଦା ଠାରେ ଆଗକୁ ଜଳସ୍ତର ବଢିବ । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳ । ସାଳନ୍ଦୀ ନଦୀରେ ବି ଜଳସ୍ତର କମ ରହିଛି । ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ଼୍ୟାମେଜ ହୋଇଛି । କେନ୍ଦ୍ରାପଡ଼ା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି । ତାର ଆକଳନ କରାଯାଉଛି ।

ଭଣ୍ଡାରୀପୋଖରୀ ଧାମନଗର ବ୍ଲକର ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ଯିବାକୁ କୁହାଯାଇଛି । ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକର ୧୫ଟି ପଂଚାୟତର ଲୋକଙ୍କ ଚିନ୍ତା ବି ବଢାଇଦେଇଛି ।