କନକ ବ୍ୟୁରୋ: ବଙ୍ଗୋପସାଗରରେ ଗୋଟେ ପରେ ଗୋଟେ ଲଘୁଚାପ ସୃଷ୍ଟି ହେଉଛି । ଏହି କାରଣରୁ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଅଧିକାଂଶ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ଇବ୍ ନଦୀ ଫୁଲୁଛି । ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ ମହାନଦୀରେ ମଧ୍ୟମଧରଣର ବନ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ।
ଗୁରୁବାର ହୀରାକୁଦର ୧୦ଟି ଗେଟ୍ ଖୋଲିଥିବା ଶୁକ୍ରବାର ମଧ୍ୟ ୧୦ଟି ଗେଟ୍ ଖେଳାଯାଇଥିଲା । ହୀରାକୁଦକୁ ଏବେ ପ୍ରତି ସେକେଣ୍ଡରେ ୩ଲକ୍ଷ ୯୩ହଜାର ୩୨୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ତେବେ ୨୦ଟି ଗେଟ୍ ଦେଇ ୩ଲକ୍ଷ ୪୦ହଜାର ୮୯୦ କ୍ୟୁସେକ ଜଳ ମହାନଦୀକୁ ଛଡ଼ା ଯାଉଛି ।