କାଲି ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ: ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଖୋଲାଯାଉଛି ଗେଟ୍

ତଳିଆ ଅଂଚଳ ଲୋକଙ୍କୁ ମାଇକ ଯୋଗେ କରାଗଲା ସତର୍କ

446

କନକ ବ୍ୟୁରୋ: ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ । ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । କାଲି ଦିନ ୧୦ଟାରେ ପୂଜାର୍ଚନା ପରେ ଖୋଲାଯିବ ଗେଟ୍ । ଏ ନେଇ ଡ୍ୟାମ କର୍ତୃପକ୍ଷ ମାଇକ ଯୋଗେ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରାଇଛନ୍ତି । ତଳମୁଣ୍ଡରେ ଥିବା ଅଂଚଳରେ ମତ୍ସ୍ୟଜୀବୀଙ୍କୁ ମହାନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସର୍ବଶେଷ ରିପୋର୍ଟ ଅନୁସାରେ, ହୀରାକୁଦ ବର୍ତମାନ ଜଳସ୍ତର ୬୧୬ ଫୁଟ ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷ।। ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଚଳିତ ଥର ଗତବର୍ଷ ଅପେକ୍ଷା ଶୀଘ୍ର ଗେଟ୍ ଖୋଲାଯିବ ।