କନକ ବ୍ୟୁରୋ : ବନ୍ୟାରେ ଭାସିଲେ ବ୍ରହ୍ମାଣ୍ଡକର୍ତ୍ତା ବିଷ୍ଣୁ । ଏଭଳି ଦୃଶ୍ୟ ଆସାମରେ ଦେଖିବାକୁ ମିଳିଛି । ଆସାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ସାଧାରଣ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ ଭଗବାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଘରଦ୍ୱାର ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁଠି କେବଳ ପାଣି ଆଉ ପାଣି । ପୂରା ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଘର ଓ ମନ୍ଦିର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଆଉ ଏସବୁ ଭିତରେ ଗୌହାଟିର କାଳୀପୁର ଅଞ୍ଚଳରେ ଥିବା ଚକ୍ରେଶ୍ୱର ମନ୍ଦିରରେ ଥିବା ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପ୍ରବଳ ଜଳସ୍ରୋତରେ ମଧ୍ୟ ଅଟଳ ଓ ନିଶ୍ଚଳ ରହିଛି ଭଗବାନଙ୍କ ଏହି ମୂର୍ତ୍ତି । ଏହାପୂର୍ବରୁ ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ମଧ୍ୟ ମହାଦେବଙ୍କ ମୂର୍ତ୍ତି ଉପରେ ଜଳ ପ୍ରବାହିିତ ହୋଇଥିଲା । ଯେଉଁ ଦୃଶ୍ୟକୁ ମନେପକାଇଲେ ଲୋମ ଟାଙ୍କୁରି ଉଠେ ।
ପ୍ରଳୟଙ୍କାରୀ ବନ୍ୟାରେ ବୁଡିଲା ମନ୍ଦିର, ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଉପରେ ଚାଲିଲା ବନ୍ୟା ପାଣି । ଦେଖନ୍ତୁ ଭିଡ଼ିଓ
Advertisment
Follow Us