କନକ ବ୍ୟୁରୋ : ବନ୍ୟା ଉଜୁଡ଼ା ଦେଲା ସୁନାର ଫସଲ। ପୁରୀ ଜିଲ୍ଲା କଣାସରେ ଏକର ଏକର ଚାଷ ଜମିରେ ଲହରୀ ଭାଙ୍ଗୁଛି ବନ୍ୟା ପାଣି। ଦୟା, ରାଜୁଆ, ମକରା ନଦୀ କଣାସରେ ପ୍ରଭାବ ବିସ୍ତାର କରିଛି। ଅମଳ ପାଇଁ ପ୍ରସ୍ତୁତ ପରିବା ଫସଲ ଏବେ ଉଜୁଡ଼ି ଯାଇଛି। ବିଶେଷ କରି କଣାସର ଦୋକନ୍ଦା ଓ ବଡ଼ାସ ଅଞ୍ଚଳରେ ବନ୍ୟା ତାର ସ୍ଥିତି ଜାହାରି କରିଛି। ବନ୍ୟା ଜଳ ଯୋଗୁଁ ଏକର ଏକର ଚାଷ ଜମିରେ ହୋଇଥିବା ବାଇଗଣ, କଲରା, ପୋଟଳ, ଭେଣ୍ଡି, ପୋଇ ସମ୍ପୂର୍ଣ୍ଣ ପାଣିରେ ପଶି ରହି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗତ ସପ୍ତାହ ତଳେ ବନ୍ୟା ପ୍ରଭାବରେ କଣାସରେ ପନିପରିବା ଫସଲ ନଷ୍ଟ ହୋଇଥିଲା। ବନ୍ୟା ଜଳରେ ଯାହା କିଛି ବର୍ତ୍ତି ଯାଇଥିଲା ତାହା ପୁନର୍ବାର ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଗତ ବନ୍ୟାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା ବେଳେ ସରକାରୀ ସାହାର୍ୟ୍ୟ ମିଳିନଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେପଟେ କଣାସର ବିଭିନ୍ନ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ରହିଛି। ବନ୍ୟା ଉପରେ ନଜର ରହିଛି ବୋଲି କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି।

Advertisment