ବନ୍ୟା ପାଇଁ ଆସିପାରିଲାନି ଆମ୍ବୁଲାନ୍ସ । ଭଦ୍ରକ ଧାମନଗରରେ ସାଲାଇନ ଦିଆ ଝିଅକୁ ଧରି ୨୪ କିଲୋମିଟର ବାଇକରେ ହସପିଟାଲ ଗଲେ ବାପା

31

କନକ ବ୍ୟୁରୋ : ବନ୍ୟା ପାଇଁ ଆସିଲାନି ଆମ୍ବୁଲାନ୍ସ । ପୁଣି ପଦାରେ ପଡିଲା ସ୍ୱାସ୍ଥ୍ୟସେବାର ଚିତ୍ର । ଏଭଳି ଘଟଣା ନଜରକୁ ଆସିଛି ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ଖଟୁଆପାଟଣା ଗାଁରେ । ଆମ୍ବୁଲାନସ ନ ଆସିବାରୁ ଶେଷରେ ନିଜର ଝିଅର ଜୀବନ ବଂଚାଇବାକୁ ବାପା ୨୪ କିଲୋଟମିଟର ବାଇକରେ ସାଲାଇନ ଧରି ପହଂଚିଛନ୍ତି ମୁଖ୍ୟହସ୍ପିଟାଲରେ । ଗାଁର ଟିକନ ପଳେଇଙ୍କ ଝିଅ ମୋମିତା ଗାଈଙ୍କୁ ଖାଦ୍ୟ ଦେବା ସମୟରେ ଅଜଣା ଜନ୍ତୁ କାମୁଡି ଦେଇଥିଲା । ହେଲେ ଆମ୍ବୁଲାନସ ଆସିନଥିଲା । ଆଉ ସେ ୨୪ କିଲୋମିଟର ବାଇକରେ ସାଲାଇନ ଦେଇ ମେଡିକାଲ ଆସିଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ସାରା ଓଡିଶାରେ ଘଟଣାକୁ ନିନ୍ଦା କରାଯାଇଛି । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଥିବା ବେଳେ ବାରମ୍ବାର କାହିଁକି ଏପରି ଘଟଣା ଦେଖାଯାଉଛି ତାହାର ଉତ୍ତର କାହାରି ପାଖରେ ନାହିଁ ।