କନକ ବ୍ୟୁରୋ : ହୀରାକୁଦର ଖୋଲିବ ଆଉ ୫ଟି ଗେଟ୍ । ଦିନ ୨ଟା ସୁଦ୍ଧା ୫ଟି ଗେଟ୍ ଖୋଲିବା ନେଇ ସୂଚନା । ବର୍ତ୍ତମାନ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ମୋଟ୍ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏ ନେଇ ସୂଚନା ଦେଇଛନ୍ତି ।

Advertisment

ହୀରାକୁଦ ଜଳଭଣ୍ଡାରକୁ ଏବେ ସେକେଣ୍ଡ ପିଛା ୪ ଲକ୍ଷ ୭୪ ହଜାର ୬୪୬ କ୍ୟୁସେକ ଜଳ ଆସୁଛି । ସେହିପରି ସେକେଣ୍ଡ ପିଛା ୬୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏବେ ଖଇରମାଳରେ ୩ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ବରମୂଳରେ ୪ ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅନ୍ୟପଟେ ମୁଣ୍ଡୁଳିରେ ଜଳସ୍ତର ବଢିବାରେ ଲାଗିଛି ।

ମୁଣ୍ଡୁଳିରେ ଏବେ ୬ଲକ୍ଷ ୬୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀର ତଳମୁଣ୍ଡରେ ଜଳସ୍ତର କମିବା ଆରମ୍ଭ ହେବା ବେଳକୁ ଅପରାହ୍ନରେ ହୀରାକୁଦର ଗେଟ ଖୋଲାଯିବ । ହୀରାକୁଦରୁ ଛଡା ଯାଇଥିବା ପାଣି ଖଇରମାଳରେ ପହଂଚିବାକୁ ୧୨ ଘଂଟା ସମୟ ଲାଗିବ । ତେଣୁ ମହାନଦୀର ଜଳସ୍ତର ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।