କନକ ବ୍ୟୁରୋ: ଉତ୍ତରଭାରତରେ ସଙ୍ଗୀନ ହେଉଛି ବନ୍ୟା ସ୍ଥିତି । ୭ଜିଲ୍ଲାରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୮ଶହ ଗାଁ ବୁଡିବା ସହ ୨୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।ଏନଡିଆରଏଫ ଓ ଏସଡିଏଫ ଟିମ ଉଦ୍ଧାରକାମରେ ନିୟୋଜିତ ଅଛନ୍ତି । ରାଜ୍ୟର ଅଧିକାଂଶ ରାଜ୍ୟରେ ନଦୀ ବିପଦ ସଂକେତ ଉପର ଦେଇ ପ୍ରବାହିତ ହେଉଥିବାରୁ ତଳତଳିଆ ଅଂଚଳ ସ୍ଥିତି ସଂଗୀନ ହୋଇପଡିଛି । ବିହାରରେ ମଧ୍ୟ ଦିନକୁ ଦିନ ବିଗୁଡୁଛି ବନ୍ୟା ସ୍ଥିତି । ରାଜ୍ୟର ଦୁଇ ବଡ ନଦୀ ଗଣ୍ଡକ ଓ କୋଶୀରେ ଜଳସ୍ତର ବୃଦ୍ଧି ଫଳରେ ରାସ୍ତାଘାଟ ଧୋଇଗଲାଣି । ବିହାରକୁ ଲାଗି ଥିବା ନେପାଳ-ଭାରତ ସୀମା ମଧ୍ୟ ବନ୍ୟା ପାଣିରେ ବୁଡିଥିବା ଜଣାପଡିଛି । ୨୪ଘଂଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୨୧ଜଣଙ୍କ ମୃତ୍ୟୁ ସୂଚନା ମିଳିଛି ୟୁପି, ବିହାର, ଗୁଜରାଟ, ଆସାମ, ଅରୁଣାଚଳପ୍ରଦେଶ ବନ୍ୟା ତାଣ୍ଡବ ରଚିଥିବାବେଳେ ଉତରାଖଣ୍ଡ ଓ ହିମାଚଳପ୍ରଦେଶରେ ଭୁସ୍ଖଳନ ବଡ ଧରଣର କ୍ଷୟକ୍ଷତି କରୁଛି ।