କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ୧୩ ନଦୀରେ ବଢୁଛି ଜଳ ସ୍ତର । ଜଳ ସ୍ତର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢୁଛି ବନ୍ୟା ଆଶଙ୍କା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢାବଳଙ୍ଗ, ବଂଶଧାରା ଓ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି ।
ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ କଟକ-ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସେହିପରି ଆଜି ଅବପାତ ଅଭ୍ୟନ୍ତରୀଣ ଓଡିଶା ମୁହାଁ ହୋଇଥିବାରୁ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଆରମ୍ଭ ହୋଇଛି ।
ନଜର ପକାନ୍ତୁ ଆଜି ସକାଳ ସୁଦ୍ଧା କେତେ ଥିଲା ରାଜ୍ୟର ବିଭିନ୍ନ ନଦୀର ଜଳ ସ୍ତର-
ନଦୀ ସ୍ଥାନ ବିପଦ ସଙ୍କେତ ସକାଳ ୬ ସକାଳ ୯
ମହାନଦୀ ନରାଜ ୨୬.୪୧ ୨୨.୪୪ ୨୨.୪୪
ଦେବୀ ଆଳିପିଙ୍ଗଳ ୧୧.୭୬ ୦୩.୪୧ ୦୩.୪୪
କୁଶଭଦ୍ରା ନିମାପଡା ୧୦.୭୬ ୦୫.୩୮ ୦୫.୪୦
ବ୍ରାହ୍ମଣୀ ଜେନାପୁର ୨୩.୦୦ ୧୮.୮୯ ୧୮.୯୭
ବୈତରଣୀ ଆନନ୍ଦପୁର ୩୮.୩୬ ୩୪.୧୬ ୩୪.୧୮
ବୈତରଣୀ ଆଖୂୁଆପଦା ୧୭.୮୩ ୧୭.୦୨ ୧୭.୧୦
ସୁବର୍ଣ୍ଣରେଖା ଜାମଶୋଳାଘାଟ ୪୯.୧୫ ୪୮.୧୬ ୪୮.୬୨
ସୁବର୍ଣ୍ଣରେଖା ରାଜଘାଟ ୧୦.୩୬ ୦୫.୬୦ ୦୫.୬୨
ବଂଶଧାରା ଗୁଣୁପୁର ୮୪.୦୦ ୮୧.୧୪ ୮୧.୨୦
ଋଷିକୁଲ୍ୟା ପୁରୁଷୋତ୍ତମପୁର ୧୬.୮୩ ୧୩.୨୬ ୧୩.୨୯
ଜଳକା ମଥାନୀ ୦୫.୫୦ ୦୫.୪୦ ୦୫.୪୯
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/vlcsnap-2021-09-13-21h19m01s893.png)