କନକ ବ୍ୟୁରୋ: ବନ୍ୟା ଜଳ ଗାଁକୁ ପଶିଆସିବା ପରେ ଘର ତଳେ ଘାଇ କରିଛି । ଆଉ ଘର ମାଟିକୁ ବନ୍ୟା ଧୋଇନେବାରୁ ଯେକୌଣସି ମୂହୁର୍ତରେ ଘର ନଈ ସ୍ରୋତରେ ଭାସିଯିବାକୁ ବସିଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଂଚାୟତ ମଲ୍ଲାସାହିରୁ ଆସିଛି ଏହି ଖବର । ଘରକୁ ବଂଚାଇବାକୁ ଗ୍ରାମବାସୀମାନେ ବାଲି ବସ୍ତା ପକାଇ ଜଗି ରହିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
ପାଣି ଘର ତାଳି ମାଟି ଧୋଇନ ନେଇଥିବା ବେଳେ ଏବେ କେବଳ ପିଲର ସହାୟତାରେ ଘର ଛିଡା ହୋଇ ରହିଛି । ମହାନଦୀରେ ବନ୍ୟା ଜଳ ମାଡି ଆସିବା ପରେ ଏହାର ଶାଖା ନଇ ବିରୁପା ଓ କେଲୁଅ ନଈରେ ଜଳସ୍ତର ବଢି ଗାଁକୁ ମାଡି ଯାଇଛି । କେଲୁଅ ନଇର ସ୍ରୋତ ମଲ୍ଲାସାହି ମୁହାଁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘର ଦେଇ ବହିଥିଲା ନଦୀର ସ୍ରୋତ । ଆଉ ଘର ତଳ ମାଟିକୁ ଧୋଇ ନେବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/2-46.jpg)