ଫୁଲୁଛି ନଦୀ: ସୁବର୍ଣ୍ଣରେଖାରେ ମଧ୍ୟରାତ୍ରୀରେ ମାଡି ଆସିପାରେ ପାଣି, ଜାଣନ୍ତୁ କେଉଁ କେଉଁ ଜିଲ୍ଲାର ଲୋକେ ରହିବେ ସତର୍କ

267

କନକ ବ୍ୟୁରୋ: ସୁବର୍ଣ୍ଣରେଖାର ଜଳସ୍ତର ବଢ଼ୁଥିବାରୁ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସରକାରଙ୍କ ପକ୍ଷରୁ ଏମିତି ସତର୍କ କରାଯାଇଛି । ସାଙ୍ଗରେ ଜରୁରୀ କାଗଜ ପତ୍ର ଓ ଶୁଖିଲା ଖାଦ୍ୟ ଧରି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ଆସିବା ପାଇଁ ମାଇକ୍ ଯୋଗେ କୁହାଯାଉଛି ।

ଝାଡଖଣ୍ଡ ଗାଲୁଡିହି ବ୍ୟାରେଜରୁ ଆସୁଥିବା ପାଣି ଯୋଗୁଁ ଫୁଲୁଛୁ ସୁବର୍ଣ୍ଣରେଖା । ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି । ଜଳସ୍ତର ବଢ଼ିବା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ତଳିଆ ଅଂଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏପରିକି କେତେକ ଅଂଚଳରେ ବନ୍ୟା ଜଳ ପଶି ଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସତର୍କ କରିଛନ୍ତି ରାଜ୍ୟ ସରକାର ।

ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଜୋରଦାର ହୋଇଛି । ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ସେହିପରି ଦୁର୍ବଳ ନଦୀ ବନ୍ଦ ଉପରେ ନଜର ରଖିଛନ୍ତି ଜଳ ସମ୍ପଦ କର୍ମଚାରୀ ।

ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ କାଲିଠାରୁ ଉତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ସୁବର୍ଣ୍ଣରେଖାର ଜଳସ୍ତର ମଧ୍ୟ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି । ।