କନକ ବ୍ୟୁରୋ: ଲଗାଣ ବର୍ଷାରେ ଦକ୍ଷିଣ ଓଡିଶାରେ ବନ୍ୟା ସ୍ଥିତି। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ମାଲକିନଗିରି ଜିଲ୍ଲା । ବନ୍ୟା ପାଇଁ ଜିଲ୍ଲାରେ ଭୟାବହ ସ୍ଥିତି ଦେଖିବାକୁ ମିଳୁଛି । କେଉଁଠି ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ତ ପୁଣି କେଉଁଠି ମେଡିକାଲରେ ଚାଲୁଛି ବନ୍ୟାପାଣି।
ହୁ ହୁ ଗର୍ଜନ କରି ପାହାଡ ଉପରୁ ଖସି ଆସୁଛି ବର୍ଷା ପାଣି । ମାଲକାନଗିରି ଜିଲ୍ଲାରେ ଗତ କାଲି ୧୯୦.୦୨ ମିଲିମିଟର ଆଭରେଜ ରେନଫାଲ୍ ରେକର୍ଡ ହୋଇ ଥିବା ବେଳେ ଖଇରପୁଟ ବ୍ଲକ ରେ ସର୍ବାଧିକ ୨୨୧.୨୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୨୨୦.୪୬, କୋରୁକୋଣଅଡା ରେ ୨୧୭ ଏ କାଲିମେଳା ରେ ମଧ୍ୟ ୨୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଉ ଏ ହୋଉଛି ଜାତୀ ରାଜପଥର ପୋଟେରୁ ପୋଲର ଚିତ୍ର । ପୋଲ ଉପରେ ୫ ଫୁଟ ଉଚ୍ଚର ବନ୍ୟା ପାଣି ଲହଡି ଭାଙ୍ଗୁ ଥିବା ବେଳେ ନଇ କୁଳିଆ ଅଂଚଳରେ ବଢି ପାଣି ପଶିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତ ରୁ ସମ୍ପୁର୍ଣ ବିଚ୍ଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା ।
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ପୌରପରିଷଦ ର ହାଟପଦା ସାହିର ଲୋକେ ଦୁର୍ଦ୍ଦଶା ଭୋଗିଛନ୍ତି । ଘର ଭିତରେ ଲହଡି ମାରୁଛି ବର୍ଷା ପାଣି । ମୋଟର ରେ ଚାଲିଛି ଜଳ ନିଷ୍କାସନ। ପୋଖରୀ ପୁନରୁଦ୍ଧାର ଯୋଜନା ରେ ନିକଟବର୍ତୀ ବାଲିସାଗର ଖନନ କରା ଯାଇ ଥିବାରୁ ବସ୍ତି କୁ ମାଡି ଆସୁଛି ବର୍ଷା ଓ ନାଳ ନର୍ଦମା ର ପାଣି । ଫଳରେ ବର୍ଷା ହବା ମାତ୍ରେ ୨୩ ଟି ପରିବାର ଲୋକେ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ।
ମାଲକାନଗିରି ସ୍ବାଭିମାନ ଅଂଚଳରେ ଥିବା ଯୋଡାମ୍ୱ ସ୍ୱାସ୍ଥ୍ୟକେନ୍ଦ୍ରର ଚିତ୍ର । ମେଡିକାଲରେ ଚାଲୁଛି ବନ୍ୟାପାଣି । ପାହାଡିଆ ପାଣି ଖସି ଆସିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଦୁଇ ଘଂଟା ଧରି ବର୍ଷା ପାଣି ପ୍ରବାହିତ ହୋଇଛି । ପରେ ସ୍ଥିତି ସ୍ବାଭାବିକ ହୋଇଛି । ସେହି ପରି ଗ୍ରାମାଂଚଳରେ ମଧ୍ୟ ଅନେକ ଛୋଟ ବଡ ପୋଲ ଓ ଆପ୍ରୋଚ ରୋଡ ଧୋଇ ହୋଇ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।