ବନ୍ୟା ଛାଡିଲା ହେଲା ଛାଡୁନି ଦୁର୍ଦ୍ଦଶା: ସାଳନ୍ଦୀ ନଦୀ ପାଣିରେ ବୁଡିଲା ଚାନ୍ଦବାଲି ବ୍ଲକର ଶହ ଶହ ଏକର ଜମି, ୫୦ ପରିବାର ଜଳବନ୍ଦୀ

Advertisment
ବନ୍ୟା ଛାଡିଲା ହେଲା ଛାଡୁନି ଦୁର୍ଦ୍ଦଶା: ସାଳନ୍ଦୀ ନଦୀ ପାଣିରେ ବୁଡିଲା ଚାନ୍ଦବାଲି ବ୍ଲକର ଶହ ଶହ ଏକର ଜମି, ୫୦ ପରିବାର ଜଳବନ୍ଦୀ

କନକ ବ୍ୟୁରୋ: ସାଳନ୍ଦୀ ବନ୍ୟା କରିଛି ବେହାଲ । ସାଳନ୍ଦୀ ନଦୀ କୂଳରେ ଥିବା ଚାନ୍ଦବାଲି ବ୍ଲକର ବିଭିନ୍ନ ପଂଚାୟତର ଶହଶହ ଏକର ଚାଷ ଜମି ପାଣିରେ ବୁଡି ରହିଥିବା ବେଳେ ଏବେ ବି ବହୁ ଗାଁ ବନ୍ୟାଜଳ ଘେରରେ ରହିଛି । ଗାଁକୁ ଯିବା ମୁଖ୍ୟରାସ୍ତା ଉପରେ ୩ ଫୁଟ୍ ପାଣିର ସୁଅ । ଭୁଇଁବୃତି ପଂଚାୟତ ବହଡ଼ିହ ଗାଁ ସବୁଠୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଳବନ୍ଦୀ ଜୀବନ କାଟୁଛନ୍ତି ୫୦ ପରିବାର । ଏହି ଗାଁର ସମସ୍ତ ମାଛମାରି ଜୀବିକା ନିର୍ବାହ କରୁଥିବା ବେଳେ ଦୀର୍ଘ ୮ଦିନ ହେଲା କାହାରି ଘରେ ଚୁଲି ଜଳିନାହିଁ ।

publive-image

ଗାଁ ଏବେ ପାଣି ଘେରରେ ଥିବାରୁ ଲୋକଙ୍କ ପାଇଁ ଭେଳା ପାଲଟିଛି ସାହା ଭରସା । ଦିନ ବେଳା ଘରର ପୁରୁଷ ମାନେ ଭେଳା ବାନ୍ଧି ଦୀର୍ଘ ୫କିମି ବାଟ ପାଣି ବାଟରେ ଯାଇ ସାନ ଓସ୍ତିଆ ପଂଚାୟତ ସାୟନ୍ତା ଗାଁରେ ପହଁଚିବା ପରେ ସେଠାରୁ ଚାନ୍ଦବାଲି ସଉଦା ପାଇଁ ଆସିଥାନ୍ତି । ଗାଁ ଭିତରେ ପାଣି ପଶିଯାଇଥିବାରୁ ଏବେ ପାନୀୟଜଳ ପାଇଁ ମଧ୍ୟ ସମସ୍ୟା ଦେଖାଯାଇଛି ।

publive-image

ତେବେ ସେମାନଙ୍କ ପାଖରେ ବର୍ତମାନ ସୁଦ୍ଧା ପ୍ରଶାସନ ପହଂଚି ନାହିଁ । ସେହିପରି ନୁଆଁ ଗାଁ, ଜଗନ୍ନାଥପୁର ଅବସ୍ଥା ମଧ୍ୟ ଅତି ଦୟନୀୟ । ଶହଶହ ହେକ୍ଟର ଚାଷ ଜମିରେ ଦୀର୍ଘ ୧୫ଦିନ ହେବ ଜଳ ଭରିରହିଥିବାରୁ ପାଣିରେ ଧାନ ଗଛ ସବୁ ପଚି ଯାଇଛି । ଏପଟେ ବିପନ୍ନଙ୍କ ନିକଟରେ ଏଯାଏଁ ରିଲିଫ ପହଁଚି ପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe