ଓଡ଼ିଶାର ବନ୍ୟା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ୧୦ଟି ଜିଲ୍ଲାର ୧ ହଜାର ୨୭୬ଟି ଗାଁ ବନ୍ୟାରେ ହୋଇଛି ପ୍ରଭାବିତ । ମୋଟ୍ ୪ ଲକ୍ଷ ୧୫ ହଜାର ୮୧୭ ଜଣ ଲୋକ ହୋଇଛନ୍ତି ପ୍ରଭାବିତ

194

କନକ ବ୍ୟୁରୋ: ରାଜ୍ୟର ବନ୍ୟା ସ୍ଥିତି ନେଇ ତାଜା ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ସୂଚନା ଅନୁସାରେ ରାଜ୍ୟର ୧୦ଟି ଜିଲ୍ଲାର ୧ ହଜାର ୨୭୬ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ମୋଟ୍ ୪ ଲକ୍ଷ ୧୫ ହଜାର ୮୧୭ ଜଣ ଲୋକ ବନ୍ୟା ଯୋଗୁଁ କ୍ଷତିଗସ୍ତ ହୋଇଛନ୍ତି ।

ସେହିପରି ୫୫୨ଟି ଗାଁର ୩ ଲକ୍ଷ ୮୩ ହଜାର ୪୬ ଜଣ ଏବେ ବି ପାଣି ଘେରରେ ରହିଛନ୍ତି । ବନ୍ୟା ଯୋଗୁଁ ବରଗଡ଼, ଯାଜପୁର, ବାଲେଶ୍ୱର, ନୂଆପଡ଼ା ଏବଂ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ମହାନଦୀରେ ବନ୍ୟା ଆଶଙ୍କା ଥିବା ବେଳେ ଉପରମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍ର ୪୦ଟି ଗେଟ୍ ଖୋଲା ଯାଇଛି । ଗତକାଲି ୭ ଜଣ ଏବଂ ଆଜି ୫ ଜଣ ମୋଟ୍ ୧୨ ଜଣଙ୍କ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।