ଆପଣଙ୍କ ସାଥିରେ ଆପଣଙ୍କ ଚ୍ୟାନେଲ । ବିପଦ ବେଳାରେ ବନ୍ୟା ପ୍ରଭାବିତ ପ୍ରତି ଅଂଚଳରେ ପହଂଚିଲା କନକ୍ ନ୍ୟୁଜ୍ ଟିମ୍ । ବନ୍ୟା ସ୍ଥିତିର ଟିକିନିକ ଖବର ଦେବା ପାଇଁ ସବୁଠି ସଜାଗ ଆପଣଙ୍କ ପ୍ରତିନିଧି

127

କନକ ବ୍ୟୁରୋ: ଉପରମୁଣ୍ଡରେ ବର୍ଷା ହେଲା, ଆଉ ଉଛୁଳିଲା ତଳମୁଣ୍ଡ । କେଉଁଠି ଗାଁଦାଣ୍ଡରେ ଲହଡି ଭାଙ୍ଗିଲା ବନ୍ୟା ପାଣି ତ ଆଉ କେଉଁଠି ଲୋକଙ୍କ ଆଖି ଆଗରେ ଭାସି ଗଲା କୋଠାଘର । ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ପହଂଚିଛି ଟିମ୍ କନକ ନ୍ୟୁଜ । ଗାଁ ଗାଁରେ ବନ୍ୟା ବିପନ୍ନଙ୍କ ପାଖରେ ପହଂଚିଲା କନକ ନ୍ୟୁଜର କ୍ୟାମେରା ।

ଲୋକଙ୍କ ଦୁଃଖ ଦୁର୍ଦଶାର ଚିତ୍ରକୁ ସାରା ଓଡିଶା ଆଗରେ ପହଂଚାଉଛନ୍ତି ଆମ ପ୍ରତିନିଧି । ନିଜ ଜୀବନକୁ ବିପନ୍ନ କରି ଲୋକଙ୍କ ପାଖରେ ପହଂଚିବା ସହ ତାଙ୍କର ଅସୁବିଧାର କଥାକୁ ଲୋକ ଲୋଚନକୁ ଆଣୁଛି କନକ ନ୍ୟୁଜ । ବେସାହାରା ଲୋକଟିଏ ଭିତରେ ଆଶା ସଂଚାର କରୁଛି, ପ୍ରଶାସନ ସେମାନଙ୍କ ଦୁଃଖ ଶୁଣିବ । କନକ ନ୍ୟୁଜ ପହଂଚିଛି ଲୋକଙ୍କ ଆଖିର ଲୁହକୁ ଟିଭି ପରଦାରେ ଦେଖାଇଛି ।

ଗତ କିଛି ଦିନ ଧରି କ୍ରମାଗତ ଭାବେ ବନ୍ୟା ପ୍ରଭାବିତ ଅଂଚଳରେ ଡେରା ପକାଇଛନ୍ତି ଆମ ପ୍ରତିନିଧି । ଅଂଟାଏ ଅଂଟାଏ ପାଣିରେ ବି ଗାଁ ଭିତରକୁ ଯାଇ ଖବର ସଂଗ୍ରହ କରୁଛନ୍ତି ସେମାନେ । ଆଜିର ଏ ପ୍ରତିକୂଳ ପରିସ୍ଥିତିରେ ଆପଣଙ୍କ ସାଥି ଭାବେ ପୁଣି ଥରେ ଠିଆ ହୋଇଛନ୍ତି ଆପଣଙ୍କ ପ୍ରିୟ କନକ ନ୍ୟୁଜ । ଗାଁ ଗାଁରେ ଏବେ ପହଂଚିଛି କନକ ନ୍ୟୁଜ୍ ପ୍ରତିନିଧି ।