କନକ ବ୍ୟୁରୋ: ବନ୍ୟା ବିଭୀଷିକାର ଏହି ଚିତ୍ର କାହାରିକୁ ବି ବିବ୍ରତ କରିଦେବ । କୋରାପୁଟ ଜିଲ୍ଲାର ସୁର୍ଲି, କୋଲାବ ଓ ସାବେରୀ ନଦୀରେ ଜଳସ୍ତର ବଢ଼ିବା ସହ ଦୁର୍ବିସହ ହୋଇଯାଇଛି ତଳିଆ ଅଂଚଳର ଜୀବନଯାତ୍ରା । ସାବେରୀ ନଦୀର ଜଳ ସ୍ତର ବଢିବା ଯୋଗୁଁ ନଦୀ କୂଳରେ ଥିବା ଘର ଓ ମନ୍ଦିର ସବୁ କିଛି ବୁଡି ଯାଇଛି ।
(ମାଲକାନଗିରି) ଲଗାଣ ବର୍ଷା ଯୋଗୁଁ ମୋଟୁ-ବିନାୟକପୁର ରାସ୍ତା ଏବେ ନଦୀ ଭ୍ରମ ସୃଷ୍ଟି କରୁଛି । ମୋଟୁ ଅଂଚଳରେ ଏବେ ବି ସ୍ଥିତି ସଂଗୀନ ରହିିଛି । ମୋଟୁ ତହସିଲର ଆଲମା, ପେଟା ବିନାୟକପୁର, ମୁରଳିଗୁଡା,ବାରିବଂଛା ଗାଁରେ ବାହ୍ୟଜଗତରୁ ବିଚ୍ଚିନ୍ନ ହୋଇଛି । ମୋଟୁ ମୁଗି ପଏଂଟ, ପୁରୁଣା ମୋଟୁ ଗାଁରେ ପରିସ୍ଥିତି ଏବେ ଚିନ୍ତାଜନକ ରହିଛି । ସେପଟେ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ିବାରୁ ତଳି ଅଂଚଳରେ ବ୍ୟାପକ ପରିମାଣର ଚାଷ ପ୍ରଭାବିତ ହୋଇଛି ।
(ନବରଙ୍ଗପୁର)ନବରଙ୍ଗପୁର ଜିଲ୍ଲାରେ ବିପଦ ସଂକୁଳ ସ୍ଥିତିରେ ପ୍ରବାହିତ ହେଉଛି ଇନ୍ଦ୍ରାବତୀ ଓ ଭାଷ୍କେଲ ନଦୀ । କୋଷାଗୁମୁଡା ବ୍ଲକର ଦୁଗଲାହାଣ୍ଡି, ଜାଗିନିଗୁଡା, ଆସଙ୍ଗା, ପୋକଡିସେମଲା ଭଳି ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଇନ୍ଦ୍ରାବତୀ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଶଙ୍କା ବଢ଼ିବାରେ ଲାଗିଛି । ପୁଣି ଶହଶହ ଏକର ଚାଷ ଜମିରେ ବନ୍ୟା ପାଣି ଭର୍ତି ହୋଇରହିଛି ।
(ବସ୍ତା,ବାଲେଶ୍ୱର) ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ମଧ୍ୟ ସ୍ଥିତି ସଂଗୀନ ରହିଛି । ଜଳକା ନଦୀ ଫୁଲିବା ଯୋଗୁଁ ବୁଡି ରହିଛି ଶହ ଧାନ ବିଲ । ଜଳକା ଦନୀ ବିପଦ ସଂକେତ ଉପରେ ବହୁଥିବା ବେଳେ ୫ଶହରୁ ଅଧିକ ହେକ୍ଟର ଧାନ ବିଲରେ ପାଣି ଜମି ରହିଛି
(ଯାଜପୁର) ଏପଟେ ବଡଚଣା ବ୍ଲକର ବାଲିପଡିଆ, ବିକ୍ରମତିରଣ, ବରଦା ଆଦି ପଂଚାୟତର ବ୍ୟାପକ ଚାଷ ଜମିରେ ଗୋବରୀ ନଦୀର ପାଣି ପଶିଯାଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ଫସଲ ବୁଡି ରହିଛି । କରୋନା କଟକଣା ଭିତରେ ବିଲରେ ଧାନ ରୁଆ ପୋତା ହୋଇଥିବା ବେଳେ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ।
(ନିମାପଡା) ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ମଧ୍ୟ ବ୍ୟାପକ ଫସଲହାନୀର ଆଶଙ୍କା ସୃଷ୍ଟି ହୋଇଛି । ବାମନାଳ ପଂଚାୟତର ଭୁତପଦା, ପିପଳିଆ, ପାତି ଗାଁ ବିଶେଷ ପ୍ରଭାବିତ ହୋଇଛି । ବର୍ଷା ପାଣି ଜମି ରହିବା ଫଳରେ ଗ୍ରାମର ପ୍ରାୟ ଦୁଇହଜାର ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି ।
ଏପଟେ ରାଜ୍ୟରେ ବର୍ଷା ଯୋଗୁଁ ନଦୀରେ ପାଣି ଅଛି, କିନ୍ତୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେହିପରି ଜୁନ-ଜୁଲାଇ ମାସରେ ସୃଷ୍ଟିହୋଇଥିବା ବର୍ଷାଭାବ ଅଗଷ୍ଟ ମାସରେ ପୂରଣ ହୋଇଛି ବୋଲି କହିଛନ୍ତି ଏସଆରସି ଆଉ ଏସବୁ ଭିତରେ ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ ସମ୍ଭାବନା ଥିବାରୁ ତଳିଆ ଅଂଚଳର ଲୋକଙ୍କ ଚିନ୍ତା ବଢ଼ିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/15-23.jpg)