କନକ ବ୍ୟୁରୋ: କେନ୍ଦ୍ରପଡା ବ୍ରାହ୍ମଣୀ ନଦୀରେ ବନ୍ୟାଜଳରେ ଆସି ଆଳି ଓ ରାଜକନିକା ୩୦ ପଂଚାୟତର ବନ୍ୟାଘେରରେ ଅଛି । ଆଳି ବ୍ଲକ ଧୋୟା ଅଂଚଳର ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ପଂଚାୟତଗୁଡିକର ମୁଖ୍ୟ ରାସ୍ତାରେ ୧୦ ଫୁଟପ ବନ୍ୟାଜଳ ପ୍ରବାହିତ ହେଉଛି । ଗାଁ ଦାଣ୍ଡରେ ବି ୧୦ ଫୁଟର ପାଣି ଚାଲୁଛି । ଏଠାକୁ ଯିବାକୁ ହେଲେ ଡଙ୍ଗା ହିଁ ଏକମାତ୍ର ଭରସା ପାଲିଟିଛି । ଦୁର୍ଦ୍ଦିନଙ୍କ ନିକଟରେ ପ୍ରଶାସନ ୫ ଦିନ ହେଲା ପଂହଚିନଥିବାବେଳେ ଗ୍ରାଉଣ୍ଡ ଜିରୋରେ ପଂହଚିଥିଲା କନକନ୍ୟୁଜ ।
ସେହିଭଳି ପୁରୀର ଧନୁଆ ନଦୀରେ ବନ୍ୟା ଆସିବା ଯୋଗୁଁ ପୁରୀଜିଲ୍ଲା ଗୋପ ବ୍ଲକ ଅଧିନ ନୂଆଖୋଲାମରା ପଂଚାୟର ଏକାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଅନେକ ପରିବାର ପାଣିଘେରରେ ଥିବାବେଳେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି । ଚାରିଆଡେ ଖାଲି ପାଣି ହିଁ ପାଣି । ଦୁଇଦିନ ହେଲା ଚୁଲି ଜାଳିନଥିବାବେଳେ କିଏ ଖଟ ଉପରେ ତ କିଏ ଉଚ୍ଚ ସ୍ଥାନକୁ ଚାଲିଯାଇଛି ।
ଦେବୀ ଓ ପାଇକା ନଦୀରେ ଜଳସ୍ତର ବଢିବା ପରେ ବନ୍ୟା ବିପନ୍ନଙ୍କ ସମସ୍ୟା ବଢିବାରେ ଲାଗିଛି । ଦୁଇ ନଦୀ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । ଜଳସ୍ତର ବଢିବା ପରେ ଜଗତସିଂହପୁର ଜିଲ୍ାର କଂଟିଲୋ ଘଡିମୂଳ ଗ ପଡା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଗାଁର ୩୦ଟି ପରିବାର ଏବେ ପାଣି ଘେରରେ ଫସି ରହିଛନ୍ତି । ୮ ଦିନ ଧରି ପାଣି ଘେରରେ ରହିବା ପରେ ଖାଦ୍ୟ ଓ ପାନୀୟ ଜଳ ଅଭାବକୁ ନେଇ ବନ୍ୟା ବିପନ୍ନ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ୩୦ ବର୍ଷ ଧରି ଏହି ଲୋକମାନେ ବନ୍ୟା ଆସିଲେ ପ୍ରତିଥର ସଂକଟ ଦେଇ କାଳ କାଟୁଛନ୍ତି ।