ରାଜ୍ୟରେ ୩ ନଦୀ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା ବିପଦ ସଙ୍କେତ ଉପରେ: ଫୁଲୁଛି ସୁବର୍ଣ୍ଣ ରେଖା, କମୁଛି ବୁଢାବଳଙ୍ଗ, ଜଳକା ନଦୀର ପାଣି; ଫଶିରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି

ରାତାରାତି ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର

216

କନକ ବ୍ୟୁରୋ: ରାଜ୍ୟରେ ୩ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫୁଲୁଛି ସୁବର୍ଣ୍ଣ ରେଖା, କମୁଛି ବୁଢାବଳଙ୍ଗ, ଜଳକା ନଦୀର ପାଣି । ଫଶିରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତାରାତି ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟରେ ଗତ ୩ ଦିନ ମଧ୍ୟରେ ବନ୍ୟାରେ ବୁଡି ଓ କାନ୍ଥ ପଡି ଜୀବନ ହରାଇଲେଣି ୭ ଜଣ । ଏନେଇ ସୂଚନା ଦେଇଛନ୍ତି ଏସଆରସି । ଏହି ମୃତକଙ୍କ ମଧ୍ୟରୁ ମୟୂରଭଂଜ ଜିଲ୍ଲାରୁ ରହିଛନ୍ତି ୪ ଜଣ । ସେହିପରି କେନ୍ଦୁଝର ଜିଲ୍ଲାରୁୁ ୨ ଜଣ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବନ୍ୟା ପାଣିରେ ମୟୂରଭଂଜ ଓ ବରଗଡ ଜିଲ୍ଲାରେ ଜଣେ ଲେଖାଏଁ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା କାମ ଜାରି ରହିଛି । ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଏହି ଖୋଜିବା କାମ ଜାରି ରଖିଛନ୍ତି । ସେହିପରି ପ୍ରାୟ ୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ତୁରନ୍ତ ପଲିଥିନ୍ ଯୋଗାଇ ଦେବା ସହ ବନ୍ୟା ଛାଡିଲେ ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ଉକ୍ରଟ ହୋଇଛି ବନ୍ୟା ସ୍ଥିତି । ବ୍ରହ୍ମଣୀ, ବୈତରଣୀ, ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଂଚଳରେ ବନ୍ୟା ପାଣି ପ୍ରବେଶ କରିଛି । ବାଲେଶ୍ୱର ଏବଂ ଭଦ୍ରକରେ ଏବେ ବି ଏକାଧିକ ଗାଁର ଲୋକ ପାଣି ଘେରରେ ଫଶି ରହିଛନ୍ତି । ଲଗାଣବର୍ଷା ଫଳରେ ବୈତରଣୀନଦୀରେ ବନ୍ୟା ଆସିବାରୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର କେତେକ ଗାଁରେ ପାଣି ପଶିଛି । ରାଜକନିକା ବ୍ଲକର କନପୁର, ବଟରପଡା, ହଳୁପଡା ଓ ଗହମ ପାଳ ଗାଁରେ ଆଂଠୁଏ ଲେଖାଁଏ ପାଣି ଜମିଛି । କନପୁର ଗାଁ ବାଦ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଘରୁ ବାବାରିବାକୁ ହେଲେ ଡଙ୍ଗା ଭରସା । ଘର ଭିତରେ ପାଣି ପଶିଛି । ସନ୍ଧ୍ୟା ସମୟରେ କୁମ୍ଭୀର ଘର ପାଖକୁ ଚାଲିଆସୁଥିବାରୁ ଲୋକମାନେ ବାହାରକୁ ବାହାରୁନାହାନ୍ତି । ପ୍ରଶାସନ ତୁରନ୍ତ ଲୋକଙ୍କ ପାଖରେ ପହଂଚିବାକୁ ଦାବି ହୋଇଛି ।