ବିପଦ ସଂକୁଳ ଉପରେ ଜଳକା ନଦୀ: ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି; ସେପଟେ ଜିଲ୍ଳାପାଳଙ୍କୁ ବନ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ରାଜସ୍ୱ ମନ୍ତ୍ରୀ

191

କନକ ବ୍ୟୁରୋ: ବିପଦ ସଂକୁଳ ଉପରେ ଜଳକା ନଦୀ । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ମଥାନୀ ଠାରେ ବିପଦ ସଂକେତ ୫ଦଶମିକ ୫୦ ମିଟର ଥିବା ବେଳେ ବର୍ତମାନ ସୁଦ୍ଧା ୬ଦଶମିକ ୪୦ ମିଟର ଉପରେ ପ୍ରବାହିତ ହେଉଛି ଜଳ ସ୍ତର । ନଦୀର ଉପର ମୁଣ୍ଡ ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡ଼ା, ଚିତ୍ରଡ଼ା, ସୁଳିଆପଡ଼ା ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀ କୂଳିଆ ଅଂଚଳରେ ଥିବା ଚାଷଜମିରେ ପାଣି ପଶିବାର ଆଶଙ୍କା ରହିଛି । ଗତ ଦୁଇ ଦିନ ହେବ ବସ୍ତା ଅଂଚଳରେ ବର୍ଷା ହୋଇ ନଥିଲେ ମଧ୍ୟ ଉପର ମୁଣ୍ଡାରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୁଚନା ଦେଇଛନ୍ତି ଜଳ ସେଚନ ବିଭାଗ ।

ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । । ରିପୋର୍ଟ ଆସିଲା ପରେ ଜଣାପଡିବ କେଉଁଠି କେତେ କ୍ଷତି ହୋଇଛି । ଫସଲ ଜନିତ କ୍ଷୟକ୍ଷତି ରିପୋର୍ଟ ମଧ୍ୟ ମଗାଯାଇଛି । ରିପୋର୍ଟ ଆସିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବନ୍ୟା ଯୋଗୁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ଅଂଚଳରେ ବନ୍ୟା ପାଣି ମାଡିଥିଲା ସେମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଳା । । ଗୋଦାବରୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ସେଥିପାଇଁ ଆଲର୍ଟ ରହିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।