ଲଗାଣ ବର୍ଷାରେ ଉତ୍ତର ଓଡିଶା ଉବୁଟୁବୁ । ପାଣି ବଢୁଥିବାରୁ ବିଚ୍ଛିନ୍ନ ହେଲା ଯୋଗାଯୋଗ । ଭଦ୍ରକ-ଯାଜପୁର, ବାଲେଶ୍ୱର-ରେମୁଣା ଯୋଗାଯୋଗ ବିଚ୍ଛିନ୍ନ । ସରକାର କହିଲେ ସତର୍କ ରୁହ, ଆଜି ରାତି ଗୁରୁତ୍ୱପୂର୍ଣ୍ଣ...

Advertisment
ଲଗାଣ ବର୍ଷାରେ ଉତ୍ତର ଓଡିଶା ଉବୁଟୁବୁ । ପାଣି ବଢୁଥିବାରୁ ବିଚ୍ଛିନ୍ନ ହେଲା ଯୋଗାଯୋଗ । ଭଦ୍ରକ-ଯାଜପୁର, ବାଲେଶ୍ୱର-ରେମୁଣା ଯୋଗାଯୋଗ ବିଚ୍ଛିନ୍ନ । ସରକାର କହିଲେ ସତର୍କ ରୁହ, ଆଜି ରାତି ଗୁରୁତ୍ୱପୂର୍ଣ୍ଣ...

କନକ ବ୍ୟୁରୋ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ବୈତରଣୀ ନଦୀର ଜଳ ନିଷ୍କାସିତ ଯୋଗୁଁ ଭଣ୍ଡାରିପୋଖରୀ ମାଳଦା ପଂଚାୟତର ସରତା ପୋଲ ବୁଡ଼ିଯାଇଛି। ଫଳରେ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୈତରଣୀର ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କରିଛି।

ଆଜି ସଂଧ୍ୟା ସମୟରେ ଅରଡ଼ବଜାର ସ୍ଥିତ ଗଳାପୋଲଠାରେ ଜଣେ ଯୁବକ ପାଣିରେ ଭାସିଯାଇଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ୍‌ ଉଦ୍ଧାର ଜାରି ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରେମୁଣା ବ୍ଲକ ହରିପୁର ଓ ଦହପଡ଼ା ଅଞ୍ଚଳରୁ ପ୍ରାୟ ୮୪ ଜଣ ବିପନ୍ନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍କୁଲରେ ରଖାଯାଇଛି। ସମାନ ଭାବରେ ସଦର ବ୍ଲକର ନଗ୍ରମ ପଞ୍ଚାୟତରେ ଥିବା ଆଦିବାସୀ ସାହିରୁ ପ୍ରାୟ ୧୨୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସେଠାରେ ଥିବା ଏକ ମନ୍ଦିରରେ ଆଶ୍ରୟ ଦିଆଯାଇଛି। ବିପନ୍ନ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଥିବା ଜିଲ୍ଲା ଜରୁରୀ ଅଧିକାରୀ ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe