ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପତିି । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଲେ ବିଦ୍ୟୁତ ବିଭାଗର କର୍ମଚାରୀ

134

କନକ ବ୍ୟୁରୋ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର, ଗୋଆ, ବିହାର, କର୍ଣ୍ଣାଟକ । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଏହି ସବୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରରେ ୧୧ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ବିଗିଡ଼ିବାରେ ଲାଗିଛି । ଉଦ୍ଧାର କାମରେ ବାୟୁସେନା, ଜଳସେନା ଏବଂ ଏନଡ଼ିଆରଏଫ ଟିମ୍ ସହାୟତା କରୁଛନ୍ତି । ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୧୨୯ ଲୋକଙ୍କର ପ୍ରାଣହାନୀ ହେଲାଣି ।

ଲଗାଣ ବର୍ଷା ଯୋଗୁଁ ମହରାଷ୍ଟ୍ର,ଗୋଆ, ବିହାର, କର୍ଣ୍ଣାଟକରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ବିହାରେ ପ୍ରାୟ ୧୧ଟି ଜିଲ୍ଲା ଏଥିରେ ପ୍ରଭାବିତ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ୧୨୯ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । ପାଖାପାଖି ୯୦ହଜାର ଲୋକଙ୍କୁ ପାଣି ଘେରରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ଉଦ୍ଧାରକାରୀ ଟିମ୍ ।

ସେପଟେ ଲଗାଣ ବର୍ଷା ପାଇଁ ରାୟଗଡ ଜିଲ୍ଲାରେ ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୪୪ଜଣଙ୍କ ଜୀବନ ହାନି ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜିଲ୍ଲାର ମହାଦ ଅଂଚଳରେ ପ୍ରବଳ ବର୍ଷା ଫଳରେ ରାସ୍ତା ଧସେଇ ଯାଇଛି । ଶନିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରିବେ ।

ମହାରଷ୍ଟ୍ର ବନ୍ୟା ସମୟରେ ଦେଖିବାକୁ ମିଳିଛି ଆଉ ଏକ ନିଆରା ଚିତ୍ର । ବର୍ଷା ଏବଂ ବନ୍ୟା ଲୋକଙ୍କ ଜୀବନକୁ ବପନ୍ନ କରିଥିବା ବେଳେ ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ । ଜୀବନ ବିକଳରେ ଇଲେକ୍ଟ୍ରି ତାରରେ ଝୁଲି ରହିଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ । ଖୁଂଟିରେ ଚଢ଼ି କାମ କରୁଥିବା ବେଳେ ମାଡି ଆସିଥିଲା ବନ୍ୟା ପାଣି । ଦୀର୍ଘ ସମୟ ଧରି ଏମାନେ ଇଲେକ୍ଟ୍ରି ତାରରେ ଝୁଲି ରହିବା ପରେ ସେଠାରେ ପହଂଚି ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।