କନକ ବ୍ୟୁରୋ: ଗୁରୁବାରଠାରୁ କେନ୍ଦୁଝର ଜିଲ୍ଲାରେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ତେଲକୋଇ ଅଞ୍ଚଳରେ ଦେଖାଦେଇଛି ବନ୍ୟା ସ୍ଥିତି । ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ବେଳେ ରାସ୍ତା ଓ ନୂଆଗଡଠାରେ ପୋଲ ଉପରେ ପ୍ରାୟ ୪ଫୁଟର ପାଣି ପ୍ରବାହିତ ହେଉଛି । ସମାକୋଇ ନଦୀ ଫୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ଟେନାର ଓ ଘୁରୁଡିଆ ନାଳରେ ପ୍ରଖର ସ୍ରୋତ ଯୋଗୁଁ ଅନେକ ଅଞ୍ଚଳକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ୨ଟି ପଞ୍ଚାୟତର ୧୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।